ରେଭେନ୍ସା ନାଁ ପରିବର୍ତ୍ତନରୁ କ୍ଷ୍ୟାନ୍ତ ରହୁ ବିଜେପି

ଭୁବନେଶ୍ବର : ରେଭେନ୍ସାର ନାଁ ପରିବର୍ତ୍ତନ ପ୍ରସଙ୍ଗକୁ ନେଇ ବିଜେପି ଉପରେ ବର୍ଷିଛି ବିଜେଡି । ଇତିହାସକୁ ବିକୃତ କରିବା ପାଇଁ ବିଜେପି ସରକାର ଉଦ୍ୟମ ଜାରି ରଖିଥିବା ଅଭିଯୋଗ କଲେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି। ଇତିହାସକୁ ଚର୍ଚ୍ଚା କରିବା ବେଳେ ଦୃଷ୍ଟିଭଙ୍ଗୀର ପ୍ରମୁଖ ଭୂମିକା ଅଛି। ବିଜେପି ଓ କିଛି ବ୍ୟକ୍ତିବିଶେଷ ରେଭେନ୍ସାର ଐତିହ୍ୟକୁ ନିନ୍ଦା କରିବାକୁ ଉଦ୍ୟମ ଜାରି ରଖିଥିବା ଅଭିଯୋଗ କଲା ବିଜେଡି। ଓଡିଶାକୁ ଗଠନ କରିବା ଦିଗରେ ପ୍ରମୁଖ ଭୂମିକା ନେଇଥିବା ମଧୁ ବାବୁ, ଫକୀର ମୋହନ ସେନାପତିଙ୍କୁ ନେଇ ଅତି କଟୁ ମନ୍ତବ୍ୟ ଆସୁଛି।

ନଅଙ୍କ ଦୁର୍ଭିକ୍ଷ ପାଇଁ ଯଦି ଟି ରେଭେନ୍ସା ଦାୟୀ ତାହେଲେ କୋଭିଡ ପାଇଁ କାହାକୁ ଦାୟୀ କରାଯିବ ବୋଲି ପ୍ରଶ୍ନ କଲେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି। ଯାହାକୁ ନାହିଁ ତାକୁ ବଦନାମ କରିବା ଏହା ଓଡ଼ିଶାର ପରମ୍ପରା ନୁହେଁ। ବିଜୁ ବାବୁ କି ଫକୀର ମୋହନ କଣ ଭାରତ ରତ୍ନ ପାଇଁ ଯୋଗ୍ୟ ନୁହନ୍ତି କି। ରେଭେନ୍ସା ବୋର୍ଡ ବଦଳାଇବାକୁ ଚେଷ୍ଟା କରୁଛେ କିନ୍ତୁ ଗୋଟେ ନୂଆ ଅନୁଷ୍ଠାନ କାହିଁକି କରୁନାହାନ୍ତି ବୋଲି ପ୍ରଶ୍ନ କଲା ବିଜେଡି। ୧୫୦ ବର୍ଷରୁ ଅଧିକ ହେଲାଣି ରେଭେନ୍ସା ଛିଡା ହୋଇଛି। ଗୌରବମୟ ଇତିହାସକୁ କଳୁଷିତ କରିବାକୁ ଚାହୁଁଥିବା ବ୍ୟକ୍ତି ମାନେ ଓଡ଼ିଶାରେ ଏକ ଇନଷ୍ଟିଚ୍ୟୁଟ ଅଫ ଏମିନେନ୍ସକୁ ନେଇ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇପାରିବେ କି ବୋଲି ପ୍ରଶ୍ନ କଲା ବିଜେଡି। ଉତ୍କଳ ସମ୍ମିଳନୀର ଅବଦାନକୁ ନ୍ୟୁନ କରୁଛନ୍ତି, ଫକୀର ମୋହନଙ୍କୁ ନିନ୍ଦା କରୁଛନ୍ତି। ସେଥିପାଇଁ ବିଜେପିକୁ ନିନ୍ଦା କଲା ବିଜେଡି। ଆସନ୍ତାକାଲି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇ ଇନଷ୍ଟିଚ୍ୟୁଟ ଅଫ ଏମିନେନ୍ସ କରାଇ ଜଣେ ଓଡ଼ିଆ ମହାମନିସୀଙ୍କ ନାଁ ରେ କରାଇବାକୁ ଦାବି ରଖିଲା ବିଜେଡି।