spot_img

Latest Posts

ତେଲଙ୍ଗାନାର ପୂର୍ବତନ ମୁଖ୍ଯମନ୍ତ୍ରୀ କେସିଆରଙ୍କୁ  ରେବନ୍ତଙ୍କ ଟାର୍ଗେଟ

ନନ୍ଦିଘୋଷ ବ୍ୟୁରୋ: ତେଲଙ୍ଗାନାର ପୂର୍ବତନ ମୁଖ୍ଯମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ମୁଖ୍ଯମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ଟାର୍ଗେଟ। ସେ କହିଛନ୍ତି- କେସିଆର ସରକାର ଗରିବଙ୍କଠାରୁ କୋଟି  କୋଟି ଟଙ୍କା ଲୁଟ୍ କରିଛନ୍ତି। ଏହା ସହ କୃଷି ପମ୍ପ ସେଟ ମିଟର ଲଗାଇବାରେ ବ୍ଯାପକ ଅନିୟମିତତା ହୋଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ରେବନ୍ତ। ବିଆରଏସ ନେତା ଟି. ହରିଶ ରାଓ କହିଥିଲେ- କଂଗ୍ରେସ ସରକାର ଦୁର୍ନୀତିରେ ଲିପ୍ତ ଅଛି ଏବଂ ଲୋକଙ୍କୁ ଦେଇଥିବା ନିର୍ବାଚନ ପ୍ରତିଶ୍ରୁତିକୁ ଦଳ ପୂରଣ କରିନାହିଁ। ରେବନ୍ତ କହିଛନ୍ତି ଅତୀତ ସରକାର ଦୁର୍ନୀତିରେ ବୁଡିଥିଲେ। ମେଣ୍ଢା ବଣ୍ଟନ ସ୍କାମ, ବାଟୁକାମ୍ମା ଶାଢି ବଣ୍ଟନ ଯୋଜନା ନାମରେ କୋଟି କୋଟି ଟଙ୍କା ହରିଲୁଟ ହୋଇଥିଲା। ଏହା ସହ କୁର୍ମ ଓ ଯାଦବଙ୍କ ବିକାଶ ଲାଗି ଆସିଥିବା ଅର୍ଥର ବି ବ୍ଯାପକ ହେରଫର ହୋଇଛି। କଂଗ୍ରେସ ସରକାର ଅମଳରେ ଜମି ଦୁର୍ନୀତି ହୋଇଥିବା ବିଷୟରେ ସେ କହିଛନ୍ତି- ଏ ସମ୍ପର୍କିତ ତଥ୍ଯକୁ ସେ ଖୁବ୍ ଶୀଘ୍ର ପ୍ରକାଶ କରିବେ।

Latest Posts

Don't Miss