ନନ୍ଦିଘୋଷ ଟିଭି ଓ ସକାଳ ବ୍ରହ୍ମପୁର ସଂସ୍କରଣର ବନ୍ଧୁମିଳନ, ନୂତନ କାର୍ଯ୍ୟାଳୟ ଉଦଘାଟିତ

ବ୍ରହ୍ମପୁର: ବ୍ରହ୍ମପୁର ଠାରେ ଓଡ଼ିଆ ଟିଭି ଚ୍ୟାନେଲ ନନ୍ଦିଘୋଷ ଟିଭି ଓ ସକାଳ ବ୍ରହ୍ମପୁର ସଂସ୍କରଣର ପ୍ରତିନିଧି ଓ ଏଜେଣ୍ଟ ମାନଙ୍କୁ ନେଇ ଏକ ବନ୍ଧୁମିଳନ ରେଲୱେ ଷ୍ଟେସନ ସ୍ଥିତ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ସରକାରଙ୍କ ମୁଖ୍ୟ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟଅତିଥି ମାନଙ୍କ ମଧ୍ୟରେ ସକାଳ ଖବର କାଗଜର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁବ୍ରତ ଦାସ, କାର୍ଯ୍ୟନିର୍ବାହୀ ସମ୍ପାଦକ ସମରେନ୍ଦୁ ଦାସ, ପ୍ରକାଶକ ଅମିତ ମଲ୍ଳିକ, ନନ୍ଦିଘୋଷ ଟିଭିର ସମ୍ପାଦକ ଶିଶିର ଭଟ୍ଟ ମିଶ୍ର, ପ୍ରସାର ବିଭାଗର ପ୍ରିୟବ୍ରତ ଦାସ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଗଜପତି ନଗର ଠାରେ ହୋଇଥିବା ସକାଳ ଓ ନନ୍ଦଘୋଷ ଟିଭିର ନୂତନ କାର୍ଯ୍ୟାଳୟକୁ ଅତିଥି ମାନେ ଉଦଘାଟନ କରିଛନ୍ତି ।
ସ୍ଥାନୀୟ ରେଲୱେ ଷ୍ଟେସନ ସ୍ୱତନ୍ତ୍ର ସର୍କିଟ ହାଉସ ଠାରେ ରିପୋର୍ଟର ଓ ଏଜେଣ୍ଟ ମାନଙ୍କୁ ନେଇ ହୋଇଥିବା ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ । ସକାଳ ଖବର କାଗଜ ଅଳ୍ପ ଦିନ ମଧ୍ୟରେ ଜନମାନସରେ ଏକ ସ୍ୱତନ୍ତ୍ରତା ଆଦୃତ କରିପାରିଛି । ସବୁ ପ୍ରତିନିଧି ଲୋକଙ୍କ ନିକଟତର ହେବା ସହ ସେମାନଙ୍କ ସମସ୍ୟା ଉପରେ ଗୁରୁତ୍ୱ ଦେବାକୁ ଅତିଥି ମାନେ ପରାମର୍ଶ ଦେଇଥିଲେ । ଏହି ଅବସରରେ ବ୍ରହ୍ମପୁର ସଂସ୍କରଣ ମୁଖ୍ୟ ଜଗନମୋହନ ମହାପାତ୍ର, ବ୍ରହ୍ମପୁର ପ୍ରତିନିଧି ଚିରଞ୍ଜିତ ରାଜଗୁରୁ, କ୍ଷୀରସିନ୍ଧୁ ମହାନ୍ତି, ବିଜ୍ଞାପନ ବିଭାଗର ଦୀପକ କୁମାର ପଣ୍ଡା, ପ୍ରସାର ବିଭାଗର କହ୍ନେଇ ଚରଣ ମହାନ୍ତି, ଫଟୋ ସାମ୍ବାଦିକ ଡ଼ି. ଗୋପାଳ ରେଡ଼ି, ସୁଜିତ ଦାଶ, ବାସୁଦେବ ପଣ୍ଡା, ସକାଳ ଗଜପତି ଜିଲ୍ଳା ପ୍ରତିନିଧି ରଶ୍ମିରଞ୍ଜନ ମିଶ୍ର, କନ୍ଧମାଳ ଜିଲ୍ଳା ପ୍ରତିନିଧି ସଦାଶିବ ପାତ୍ର, ପ୍ରଶାନ୍ତ ମହାରଣା, ସନ୍ତୋଷ ସାହୁ, ଉମାକାନ୍ତ ବେହେରା, ଚିତ୍ତରଞ୍ଜନ ସାହୁ, ବିନ୍ଦୁପ୍ରିୟା ଦାସ ଯୋଗ ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ପ୍ରଭାତ କୁମାର ସାହୁ, ଦେବାଶିଷ ଷଡ଼ଙ୍ଗୀ, ନୃସିଂହନାଥ ସାବତ, ମାନସ ରଞ୍ଜନ ଜେନା, କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, କୃପାସିନ୍ଧୁ ସ୍ୱାଇଁ, ଶଙ୍କର ପ୍ରସାଦ ପ୍ରଧାନ, ମନୋଜ କୁମାର କର, ନରେନ୍ଦ୍ର କୁମାର ସାହୁ, ବଦ୍ରି ନାରାୟଣ ରଣା, ସୁଜିତ ପଣ୍ଡା, କେ. ନାଗେଶୁ ରେଡ଼ି, ସୁନୀର କୁମାର ବିଶ୍ୱାସ, ହରପ୍ରସାଦ ମହାପାତ୍ର, ସୂର୍ଯ୍ୟକାନ୍ତ ସ୍ୱାଇଁ, କେ. ରମେଶ, ନାଗେଶ ରେଡି, ପ୍ରଦ୍ୟୁନ୍ନ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ସେହିଭଳି ନନ୍ଦିଘୋଷ ଟିଭିର ଜିଲ୍ଲା ପ୍ରତିନିଧି ଦେବହରି ବେହେରା, ସୁବୋଧ ପରିଚ୍ଛା, କାଳୁଚରଣ ନାହାକ, ସରୋଜ ବୀର, ନରେନ୍ଦ୍ର ସାହୁ, ଲିଙ୍ଗରାଜ ଦାସ, ଜଗନ୍ନାଥ ଦାସ, ବିପ୍ରଚରଣ ସାହୁ, ପ୍ରଶାନ୍ତ କୁମାର ଜେନା, କୁନାଲ ପ୍ରମୁଖଙ୍କ ସହ ଅନ୍ୟାନ୍ୟ ପ୍ରତିନିଧି ମାନେ ଯୋଗ ଦେଇଥିଲେ । ସେହିଭଳି ଗଜପତି ନଗର କଲ୍ୟାଣ ମଣ୍ଡପ ଠାରେ ସକାଳର ବ୍ରହ୍ମପୁର ହକର ମିଟ ଅନୁଷ୍ଠିତ ହୋଇଛି ।