ଶ୍ୱଶୂର ଘର ସହ ୫ଟି ସ୍ଥାନରେ ଏକକାଳୀନ ରେଡ କରିଛି ଭିଜିଲାନ୍ସ

ବାଲୁଗାଁ: ଭିଜିଲାନ୍ସ ଜାଲରେ ବାଲୁଗାଁ ଅବସରପ୍ରାପ୍ତ ଫରେଷ୍ଟ ରେଞ୍ଜର । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଅବସରପ୍ରାପ୍ତ ଫରେଷ୍ଟ ରେଞ୍ଜର ଅଭୟ କୁମାର ଜେନାଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି । ୫ଟି ସ୍ଥାନରେ ଏକକାଳୀନ ରେଡ କରିଛି ଭିଜିଲାନ୍ସ । ବାଲୁଗାଁ ସରକାରୀ ବାସଭବନରେ ଚଢ଼ାଉ ହୋଇଥିବା ବେଲେ କଟକସ୍ଥିତ ମହୁମାଛିଗଳି, ହିନ୍ଦୋଳକୋଠି, ତୁଳସିପୁର ବାସଭବନରେ ରେଡ୍ ହୋଇଛି ।

ତେବେ ଭୁବନେଶ୍ୱରସ୍ଥିତ ୨ଟି ବାସଭବନରେ ରେଡ୍ କରିଛି ଭିଜିଲାନ୍ସ । ଏହା ମଧ୍ୟରୁ ଗୋଟିଏ ଘର ଅଭୟଙ୍କ ପତ୍ନୀ ଶୁଭାସିନୀ ଜେନାଙ୍କ ନାଁରେ ରହିଛି । ଚଢାଉ ସମୟରେ କଟକ ଘରୁ ଏକ ବନ୍ଧୁକ ବାହାରିଥିବା ଜଣାପଡିଛି । ବନ୍ଧୁକର ଲାଇସେନ୍ସ ଦେଖାଇ ନପାରିଲେ ଆଉ ଏକ ମାମଲା ରୁଜୁ ହେବ ବୋଲି କହିଛନ୍ତି ଭିଜିଲାନ୍ସ ଅତିରିକ୍ତ ଏସପି ଅକ୍ଷୟ ମିଶ୍ର ।

ଆପଣଙ୍କୁ କହି ରଖୁଛୁ ଯେ, ପୂର୍ବରୁ ମଧ୍ୟ ୧୯୯୯ ମସିହାରେ ତାଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଥିଲା । ଏହାପରେ ସମ୍ପତ୍ତି ବଢିବାରୁ ପୁଣି ଥରେ ଚଢାଉ କରାଯାଇଥିବା ଭିଜିଲାନ୍ସ ଏସ୍ପି ସୂଚନା ଦେଇଛନ୍ତି । ଏଠାରେ ସୂଚନା ଥାଉ କି, ଗତ ୫ମାସ ତଳେ ଅଭୟ କୁମାର ଜେନା ଅବସର ନେଇଥିଲେ।

Leave a Reply