ଅବସର ପ୍ରାପ୍ତ କର୍ମଚାରୀଙ୍କ ଆକାଉଣ୍ଟ ପୋଛି ନେଲା ସାଇବର ଠକ

ପାଟକୁରା :  ସାଇବର ଠକେଇର ଶିକାର ହେଲେ ଅବସର ପ୍ରାପ୍ତ କର୍ମଚାରୀ । ପାଟକୁରା ଥାନା ବଙ୍ଗାଳପୁର ନୂଆଶାସନ ଗାଁର ଅବସର ପ୍ରାପ୍ତ କର୍ମଚାରୀ ପ୍ରହଲ୍ଲାଦ ଦାସ ସାଇବର ଠକେଇର ଶିକାର ହୋଇଛନ୍ତି । ବ୍ୟାଙ୍କରେ କରିଥିବା ଫିକ୍ସ ଡିପୋଜିଟ ୧୦ ଲକ୍ଷ ଟଙ୍କାରୁ ୮ ଲକ୍ଷ ଟଙ୍କା ଗାୟବ ହୋଇଯାଇଛି ।

ଜୁଲାଇ ମାସରେ କିଛି ସାଇବର ଠକ ପ୍ରହଲ୍ଲାଦଙ୍କୁ ଫୋନ କରି ଏକ ଓଟିପି ମାଗିଥିଲେ । କୋର୍ଡ ନଦେଲେ ପିକ୍ସ ଡିପୋଜିଟ ଆକାଉଣ୍ଟ ହୋଲଡ କରିଦେବେ ବୋଲି ଧମକ ଦେଇଥିଲେ ଠକ । ପ୍ରହହ୍ଲାଦ କୋର୍ଡ ଦେଇନଥିଲେ । ଘଟଣା ସମ୍ପର୍କରେ ବ୍ୟାଙ୍କ ମ୍ୟାନେଜରଙ୍କ ସହ ଆଲୋଚନା କରିଥିଲେ । କିନ୍ତୁ ମ୍ୟାନେଜର କୌଣସି ପଦକ୍ଷପ ନେଇନଥିଲେ । କିନ୍ତୁ ଚାରିଦିନ ତଳେ ପ୍ରହଲ୍ଲାଦଙ୍କର ଦଶ ଲକ୍ଷ୍ୟ ଟଙ୍କାରୁ ୮ ଲକ୍ଷ ଟଙ୍କା ଗାୟବ ହୋଇଥିବା ସେ ଅଭିଯୋଗ ଆଣିଛନ୍ତି ।

ସେପଟେ ନିଜ ଟଙ୍କା ଫେରସ୍ତ ପାଇବା ପାଇଂ ଦାବିକରିବା ସହିତ ବ୍ୟାଙ୍କ ମ୍ୟାନେଜରଙ୍କ ନା’ରେ ଅଭିଯୋଗ କରି ପ୍ରହଲ୍ଲାଦ ଓ ତାଙ୍କ ପୁଅ ମାହାଳ ଷ୍ଟେଟ ବ୍ୟାଙ୍କ ଶାଖା ସାମ୍ନାରେ ଧାରଣା ଦେଇଛନ୍ତି ।