spot_img

Latest Posts

ଜୁଲାଇ ୩୧ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଧାର୍ଯ୍ୟ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକକୁ ଜୁଲାଇ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଡିଜିସିଏ କହିଛି ଯେ, ଅନ୍ତର୍ଜାତୀୟ ବାଣିଜ୍ୟିକ ଯାତ୍ରୀବାହୀ ବିମାନ ଉପରେ ପ୍ରତିବନ୍ଧକ ୩୧ ଜୁଲାଇ ୨୦୨୧ ପର୍ଯ୍ୟନ୍ତ ଲାଗୁ ରହବ। ତେବେ, ଏହି ପ୍ରତିବନ୍ଧକ ସେହି ଆନ୍ତର୍ଜାତୀୟ କାର୍ଗୋ ବିମାନଗୁଡିକ ପାଇଁ ପ୍ରଯୁଜ୍ୟ ହେବ ନାହିଁ ଯାହା ଡିଜିସିଏ ଦ୍ୱାରା ଅନୁମତି ଦିଆଯାଇଛି । ନିର୍ଦ୍ଦେଶାବଳୀରେ ଏହା ମଧ୍ୟ କୁହାଯାଇଛି ଯେ, ମନୋନୀତ ରୁଟରେ ଅନ୍ତର୍ଜାତୀୟ ବିମାନକୁ ଅନୁମତି ଦିଆଯାଇପାରିବ ।

ସୂଚନା ଯୋଗ୍ୟ ଯେ, କରୋନା ମହାମାରୀ ହେତୁ ମାର୍ଚ୍ଚ ୨୦୨୦ ରେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ଯାତ୍ରୀ ବିମାନ ଉପରେ ନିଶେଧାଦେଶ ଜାରି କରାଯାଇଥିଲା। ଏବଂ ପରେ ମେ ୨୦୨୦ରେ ଘରୋଇ ବିମାନ ଚଳାଚଳ ପୁନରବାର ଆରମ୍ଭ ହୋଇଥିଲା କିନ୍ତୁ ପୁଣି କୋଭିଡ ମାମଲା ବହୁ ସଂଖ୍ୟାରେ ବୃଦ୍ଧି ପାଉଥିବାରୁ ଆନ୍ତର୍ଜାତୀୟ ଯାତ୍ରା ପ୍ରତିବନ୍ଧିତ ରହିଥିଲା ।

Latest Posts

Don't Miss