ସାତକୋଶିଆରେ କୁମ୍ଭୀର ଓ ପକ୍ଷୀ ଗଣନା ପାଇଁ ପର୍ଯ୍ୟଟକଙ୍କ ଉପରେ ଲାଗିଲା କଟକଣା

ଅନୁଗୁଳ : ସାତକୋଶିଆରେ କୁମ୍ଭୀର ଓ ପକ୍ଷୀ ଗଣନା ପାଇଁ ପର୍ଯ୍ୟଟକଙ୍କ ଉପରେ ଲାଗିଲା କଟକଣା । କୁମ୍ଭୀର ଗଣନା ପାଇଁ କାଲି ଅପରାହ୍ନରୁ ୯ ତାରିଖ ସକାଳ ପର୍ଯ୍ୟନ୍ତ କଟକଣା ଲଗାଯାଇଛି । ସେହିଭଳି ପକ୍ଷୀ ଗଣନା ପାଇଁ ୧୭ ଓ ୧୮ ତାରିଖ ପର୍ଯ୍ୟଟକଙ୍କ ପାଇଁ ମହାନଦୀରେ ବୋଟିଂ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ।  ନଦୀରେ ମାଛ ଧରିବା ପାଇଁ ମସ୍ୟଜୀବୀଙ୍କୁ ମଧ୍ୟ ବାରଣ କରାଯାଇଛି । ସାତକୋଶିଆର ମହାନଦୀରେ କୁମ୍ଭୀର ଗଣନା ହେବାକୁ ଥିବାବେଳେ ଏଥିପାଇଁ ବନ ବିଭାଗର ୧୪ଟି ଦଳ ନିୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି । ଗଣନା କାର୍ଯ୍ୟ ସୂଚାରୁରୂପେ କରିବା ପାଇଁ ପର୍ଯ୍ୟଟକଙ୍କୁ ମହାନଦୀରେ ବୋଟିଂ ପାଇଁ ବାରଣ କରାଯାଇଥିବା ଡିଏଫଓ ସରୋଜ ପଣ୍ଡା ସୂଚନା ଦେଇଛନ୍ତି ।