ମଲ୍ଲ ଯୋଦ୍ଧାଙ୍କ ଜମାତି ଟ୍ୱିଟକୁ ନେଇ ବିବାଦ, କହିଲେ ମୁଁ ନୁହେଁ ଜାୟରା ୱାସୀମ୍
1 min readନୂଆଦିଲ୍ଲୀ: ଦେଶ ଯୁଝୁଛି ମହାମାର କରୋନା ସହ । ସାମାଜିକ ଗଣମାଧ୍ୟମରେ ଏହାକୁ ନେଇ ଚାଲିଛି ଯୁଦ୍ଧ । କିଛିଦିନ ତଳେ ମଲ୍ଲ ଯୋଦ୍ଧା ବବିତା ଫୋଗତଙ୍କ ଜମାତି ଟ୍ୱିଟକୁ ନେଇ ବିବାଦ ଦେଖା ଦେଇଥିଲା । ଏହାପରେ ତାଙ୍କ ଟ୍ୱିଟର ଆକାଉଣ୍ଟକୁ ବନ୍ଦ କରିବା ପାଇଁ କେତକ ଦାବି କରିଥିଲେ । ଯାହାର ଜବାବ ଏକ ଭିଡିଓ ମାଧ୍ୟମରେ ଦେଇଛନ୍ତି ବବିତା ।
यदि आप बबीता फोगाट को सपोर्ट करते हैं तो उन तक यह बात जरूर पहुंचा दीजिए और उनको बोलिए ध्यान से कान खोल कर सुन लें। pic.twitter.com/gqec3lQwPE
— Babita Phogat (Modi Ka Parivar) (@BabitaPhogat) April 17, 2020
ତାଙ୍କ ଟ୍ୱିଟ୍ ପରେ କିଛିଦିନ ହେଲା ଲୋକ ତାଙ୍କୁ ଧମକ ଦେଉଛନ୍ତି । ମୁଁ କିନ୍ତୁ ଜାୟରା ୱାସୀମ ନୁହେଁ ଯେ ଧମକକୁ ଡରି ଘରେ ବସି ରହିବି ବୋଲି ବବିତା ଭିଡିଓରେ କହିଛନ୍ତି ।
ବବିତାଙ୍କ କହିବା ଅନୁଯାୟୀ ଦେଶରେ ତବିଲିଗି ଜମାତରେ ଯୋଗ ଦେଇଥିବା ଲୋକ କରୋନା ସଂକ୍ରମଣ ବଢ଼ାଇଛନ୍ତି । ଦେଶରେ ସଂକ୍ରମିତ ସଂଖ୍ୟାର ଅଧିକାଂଶ ଆକ୍ରାନ୍ତ ଜମାତ୍ ସହ ଜଡ଼ିତ । ଯଦି ଜମାତିମାନେ କରୋନା ସଂକ୍ରମଣକୁ ବୃଦ୍ଧି କରିନଥାନ୍ତେ ତେବେ, ଲକଡାଉନ୍ ଶେଷ ହୋଇ ସାରନ୍ତାଣି ।