spot_img

Latest Posts

ଅପହରଣର ୫୫ ଦିନ ପରେ ଉଦ୍ଧାର ହେଲେ ନାବାଳିକା

ନନ୍ଦିଘୋଷ ବ୍ୟୁରୋ: ଅପହରଣର ୫୫ ଦିନ ପରେ ଉଦ୍ଧାର ହେଲେ ନାବାଳିକା ଛାତ୍ରୀ। ଅପହରଣକାରୀଙ୍କୁ ଅନୁକମ୍ପା ଦେଖାଉଥିବା ଅଭିଯୋଗରେ ଏଏସଆଇ ନିଲମ୍ଵିତ। କୋର୍ଟରେ ବ୍ୟକ୍ତିଗତ ହାଜିରା ନିର୍ଦ୍ଦେଶ ପରେ ଏଏସଆଇଙ୍କୁ ନିଲମ୍ଵିତ କରାଯାଇଛି। ଏହି ଘଟଣା ହେଉଛି ଭଦ୍ରକ ଜିଲ୍ଲା ଧାମନଗର ଥାନାର । ଅଭିଯୋଗ ଅନୁସାରେ କାଙ୍କରାର ନାବାଳିକା ଛାତ୍ରୀକୁ ତାଳପଦା ଗାଁର ଜଣେ ଯୁବକ ଜୁନ ୧୭ ତାରିଖରେ ଅପହରଣ କରିନଇଥିଲେ। ଏଥିରେ ସେହି ଯୁବକର ଦୁଇ ଯୁବକ ବି ସାମିଲ ଥିଲେ। ଅପହରଣ ନେଇ ଧାମନଗର ଥାନାରେ ଅଭିଯୋଗ କରିଥିଲେ ପରିବାର। ଏହାର ତଦନ୍ତ ଦାୟିତ୍ଵ ଏଏସଆଇ ନେପାଳ ସାହାଙ୍କୁ ଦିଆଯାଇଥିଲା।

ଛାତ୍ରୀ କି ଅପହରଣକାରୀଙ୍କୁ ଠାବ କରିପାରିନଥିଲେ ସଂପୃକ୍ତ ପୋଲିସ ଅଧିକାରୀ। ୫୫ ଦିନ ପରେ ଧାମନଗର ପୁଲିସ ଏକ ସ୍ବତନ୍ତ୍ର ସ୍କ୍ୱାର୍ଡ କରି ଗତ ୧୧ ତାରିଖ ବିଳମ୍ୱିତ ରାତିରେ କେନ୍ଦୁଝର ଜିଲାର ଏକ ଭଡାଘରୁ ନାବାଳିକା ଛାତ୍ରୀକୁ ଉଦ୍ଧାର କରିଥିଲେ । ନାବାଳିକାକୁ ଡାକ୍ତର ମାଇନା କରିବା ପରେ ଭଦ୍ରକ ଆସିଆନାରେ ରଖା ଯାଇଛି । ଖୋଜିବାରେ ବିଳମ୍ୱ ନେଇ ପରିବାର ହାଇକୋର୍ଟକୁ ଯାଇଥିଲେ। ଧାମନଗର ଥାନା ଆଇଆଇସି ଓ ତଦନ୍ତକାରୀ ଅଧିକାରୀଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ଘଟଣା ପରେ ତଦନ୍ତକାରୀ ଅଧିକାରୀ ଏଏସଆଇଙ୍କୁ ଭଦ୍ରକ ଏସପି ନିଲମ୍ଵିତ କରିଛନ୍ତି।

Latest Posts

Don't Miss