spot_img

Latest Posts

ଡ୍ରେନ୍ ସମସ୍ୟା ପାଇଁ ବିଏମସି କାର୍ଯ୍ୟାଳୟରେ ବସ୍ତିବାସିନ୍ଦାଙ୍କ ପ୍ରତିବାଦ

ଭୁବନେଶ୍ୱର: ଡ୍ରେନ୍ ସମସ୍ୟା ପାଇଁ ବିଏମସି କାର୍ଯ୍ୟାଳୟରେ ବସ୍ତିବାସିନ୍ଦାଙ୍କ ପ୍ରତିବାଦ। ବିଏମସି ସିଟି ଇଞ୍ଜିନିୟରଙ୍କ ପ୍ରକୋଷ୍ଠରେ ପରିସ୍ରା କରି ପ୍ରତିବାଦ କରିଛନ୍ତି ୪୫ନଂ ୱାର୍ଡ ଶବର ସାହି ବାସିନ୍ଦା। ଡ୍ରେନ ଯୋଗୁଁ କିଭଳି ଦୁର୍ଗନ୍ଧ ଓ ଅସ୍ବାଭାବିକ ପରିବେଶରେ ରହୁଛନ୍ତି ତାହା ଜଣାଇଛନ୍ତି। ବାରମ୍ବାର ଦୌଡ଼ିବା ସତ୍ତ୍ୱେ ଡ୍ରେନ୍ କାମ ହେଉନଥିବାରୁ ଏଭଳି ପ୍ରତିବାଦ ପନ୍ଥାକୁ ଆପଣାଇଥିଲେ ଶବର ସାହିର ବାସିନ୍ଦା।

ଦୀର୍ଘ ଦିନ ହେଲା ସେମାନଙ୍କ ସାହିରେ ଡ୍ରେନ୍ କାମ ଅଧାରେ ଅଟକିଛି। ଏଥିପାଇଁ ଡ୍ରେନ୍ ପାଣି ଯାଇ ସ୍ବରେଜ ଲାଇନରେ ପଶୁଛି। ଘର ଭିତରେ ମଳ ଓ ନର୍ଦ୍ଦମା ପାଣି ଭାସୁଛି। ବାରମ୍ବାର ଗୁହାରି ଜଣାଇବା ସତ୍ତ୍ୱେ ବିଏମସି ଡ୍ରେନ୍ କାମ କରୁନି। ବର୍ଷା ହେଲେ ସ୍ଥିତି ସଙ୍ଘାତିକ ହେଉଛି। ଘରେ ମଳ ପାଣି ପଶିବା ଯୋଗୁଁ ଲୋକେ ନାଁ ଖାଇ ପାରୁଛନ୍ତି ନାଁ ଶୋଇ ପାରୁଛନ୍ତି। ତୁରନ୍ତ କାମ କରା‌ଯିବ ବୋଲି ପ୍ରତିଶୃତି ଦେଇଛନ୍ତି ୪୫ ନଂ ୱାର୍ଡ କର୍ପୋରେଟର ଅମରେଶ ଜେନା। ଏହାସହ ବୁଝାସୁଝା କରିବା ପରେ ପ୍ରତିବାଦରୁ ହଟିଛନ୍ତି ବସ୍ତିବାସିନ୍ଦା।

Latest Posts

Don't Miss