ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ। ପୁରୀ ଜିଲ୍ଲାପାଳ ଥିବା ଚଞ୍ଚଳ ରାଣା ହେଲେ ବିଏମସି କମିସନର। ଶିଳ୍ପ ବିଭାଗ ACS ହେମନ୍ତ ଶର୍ମା ହେଲେ I & PR ସଚିବ। ସଂସ୍କୃତି ବିଭାଗ ପ୍ରମୁଖ ସଚିବ ସଞ୍ଜୀବ ମିଶ୍ର ହୋଇଛନ୍ତି ଅର୍ଥ ସଚିବ। ସେ IDCO ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ରାଜ୍ୟପାଳଙ୍କ ପ୍ରମୁଖ ସଚିବ NBS ରାଜପୁତଙ୍କୁ ସାଧାରଣ ଉଦ୍ୟୋଗ ବିଭାଗ ଦାୟିତ୍ୱ ଦିଆଯାଇଛି। ଏହା ସହ OSRTCର CMD ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ଅବକାରୀ ବିଭାଗ ପ୍ରମୁଖ ସଚିବ ହେଲେ ଭାସ୍କରଜ୍ୟୋତି ଶର୍ମା। ଦକ୍ଷିଣାଞ୍ଚଳ ଆରଡିସି ରୁପାରୋଶନ ସାହୁ ହେଲେ ରାଜ୍ୟପାଳଙ୍କ ସଚିବ। ଉତ୍ତରାଞ୍ଚଳ ଆରଡିସି ସଚିନ ରାମଚନ୍ଦ୍ର ଯାଦବଙ୍କୁ କ୍ରୀଡ଼ା ଓ ଯୁବ ବ୍ୟାପାର ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଏହାସହିତ ସେ ଉତ୍ତରାଞ୍ଚଳ ଆରଡିସି ଓ WODC ରେ ସିଇଓ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ। ଇପିକଲ୍ ଏମଡି ଭୁପେନ୍ଦ୍ର ସିଂ ପୁନିଆ ହେଲେ ଦକ୍ଷତା ବିକାଶ ବୈଷୟିକ ଶିକ୍ଷା ସଚିବ ହୋଇଛନ୍ତି। ସେ ଇପିକଲ ଏମଡି ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ। କେନ୍ଦ୍ରାଞ୍ଚଳ ଆରଡିସି ବି. ପରମେଶ୍ବରନ୍ ହେଲେ ଏସସି-ଏସଟି, ସଂଖ୍ୟାଲଘୁ ଓ ପଛୁଆବର୍ଗ ବିଭାଗ ସଚିବ। ହସ୍ତତନ୍ତ ବୟନ ବିଭାଗ ସଚିବ ଗୁହା ପୁନମ ତାପସ କୁମାରଙ୍କୁ କେନ୍ଦ୍ରାଞ୍ଚଳ ଆରଡିସି ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଡି.ପ୍ରଶାନ୍ତ କୁମାର ରେଡ୍ଡି ହେଲେ ଏମଏସ୍ଏମ୍ଇ ବିଭାଗ ସଚିବ। ସେ ମଧ୍ୟ IDCOର ଏମଡି ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ। ଶ୍ରମ କମିଶନର ଥିବା ଇନ୍ଦ୍ରମଣି ତ୍ରିପାଠୀଙ୍କୁ ଫ୍ୟାକଟ୍ରି ଓ ବଏଲରର୍ସ ଇନସିପେକ୍ଟର ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଯୋଜନା ଓ ସଂଯୋଜନ ବିଭାଗର ଅତିରିକ୍ତ ସଚିବ ମନୀଷ ଅଗ୍ରଓ୍ବାଲ ଅତିରିକ୍ତ ଏସଆରସି ନିଯୁକ୍ତ ହୋଇଛନ୍ତି। ସେ ଯୋଜନା ଓ ସଂଯୋଜନ ବିଭାଗର ଅତିରିକ୍ତ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ। ଦକ୍ଷିଣାଞ୍ଚଳ ଆରଡିସି ଭାବେ ନିଯୁକ୍ତ ହୋଇଛନ୍ତି ସଂଗ୍ରାମ କେଶରୀ ମହାପାତ୍ର।
ସେହିପରି ଓଡ଼ିଶା ପାନୀୟ ନିଗମର ଏମ୍ଡି ଭାବେ ନିଯୁକ୍ତି ପାଇଲେ ଦେବେନ କୁମାର ପ୍ରଧାନ। ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶ ହେଲେ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ସଚିବ। କେନ୍ଦ୍ରାପଡ଼ା ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ହେଲେ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ସଚିବ। ରଘୁରାମ ଆର୍ ଆୟାର ହେଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ନିର୍ଦ୍ଦେଶକ ହେଲେ ସିଦ୍ଧାର୍ଥ ଶଙ୍କର ସ୍ବାଇଁ। ORMASର ସିଇଓ ଥିବା ଚକ୍ରବର୍ତ୍ତୀ ସିଂ ରାଠୋର ହେଲେ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶକ। କ୍ରୀଡ଼ା ନିର୍ଦ୍ଦେଶକ ହେଲେ ଡ.ୟେଦୁଳା ବିଜୟ। ନିୟତି ପଟ୍ଟନାୟକ ହୋଇଛନ୍ତି ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ। ନବରଙ୍ଗପୁର ଜିଲ୍ଲାପାଳ ହୋଇଛନ୍ତି ମହେଶ୍ବର ସ୍ବାଇଁ। ରାୟଗଡ଼ା ଜିଲ୍ଲାପାଳ ଥିବା ପାରୁଲ ପଟ୍ଟଓ୍ବାରୀ ହୋଇଛନ୍ତି SSEPD ନିର୍ଦ୍ଦେଶକ। ଅବୋଲି ସୁନୀଲ ନରବାଣେ ହୋଇଛନ୍ତି ଶିଳ୍ପ ନିର୍ଦ୍ଦେଶକ। କନ୍ଧମାଳ ଜିଲ୍ଲାପାଳ ଥିବା ଅମୃତ ରୁତୁରାଜ ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ହୋଇଛନ୍ତି ମଧୁମିତା ରଥ। ବୌଦ୍ଧ ଜିଲ୍ଲାପାଳ ଥିବା ସୁବ୍ରତ କୁମାର ପଣ୍ଡା ହେଲେ ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶକ। ସଂସଦୀୟ ବ୍ୟାପାର ବିଭାଗ ଅତିରିକ୍ତ ସଚିବ ପ୍ରତାପ ଚନ୍ଦ୍ର ହୋତା ହେଲେ ହସ୍ତତନ୍ତ ଓ ବୟନ ବିଭାଗ ଅତିରିକ୍ତ ସଚିବ। ସାଧାରଣ ପ୍ରଶାସନ ବିଭାଗ ଅତିରିକ୍ତ ସଚିବ ସାଗରିକା ହୋତା ହେଲେ ଅର୍ଥ ବିଭାଗ ଅତିରିକ୍ତ ସଚିବ। ଗଞ୍ଜାମ ଜିଲ୍ଲାପାଳ ଥିବା ଦିବ୍ୟଜ୍ୟୋତି ପରିଡ଼ା ହୋଇଛନ୍ତି ପୁରୀ ଜିଲ୍ଲାପାଳ।

