ସ୍ୱତନ୍ତ୍ର ଟ୍ରେନ୍‌ ପାଇଁ ଫଟାଫଟ୍‌ ବୁକିଂ, କେଇ ଘଣ୍ଟାରେ ୧୬ କୋଟି ଟଙ୍କାର ଟିକେଟ ବିକ୍ରି

1 min read

ନୂଆଦିଲ୍ଲୀ: ମେ’ ୧୭ ପର୍ଯ୍ୟନ୍ତ ଲକ୍‌ଡାଉନ୍ ଅବଧି ରହିଥିଲେ ମଧ୍ୟ ଭାରତୀୟ ରେଳ ବିଭାଗ ପକ୍ଷରୁ ମଙ୍ଗଳବାରଠାରୁ ସ୍ୱତନ୍ତ୍ର ରେଳ ଚଳାଚଳ ଆରମ୍ଭ ହୋଇଯାଇଛି । ଏହାସହିତ ଆଡ୍‌ଭାନ୍ସ ଟିକେଟ୍ ବୁକିଂର ସୁବିଧା ମଧ୍ୟ ରହିଛି ।

ଭାରତୀୟ ରେଳ ବିଭାଗ ଅନୁଯାୟୀ ୮୦ ହଜାରରୁ ଅଧିକ ଯାତ୍ରୀ ସ୍ୱତନ୍ତ୍ର ଟ୍ରେନ୍‌ରେ ଯାତ୍ରା ପାଇଁ ଟିକେଟ ବୁକ୍ କରିସାରିନ୍ତି । ଏହି ଅନୁଯାୟୀ, ଏବେସୁଦ୍ଧା ୧୬.୧୫ କୋଟି ଟଙ୍କାରେ ୪୫ ହଜାରରୁ ଅଧିକ ଟିକେଟ୍ ବୁକ୍ ହୋଇସାରିଛି । ଦିଲ୍ଲୀରୁ ମଧ୍ୟପ୍ରଦେଶ ବିଳାସପୁରକୁ ଯାତ୍ରା ଆରମ୍ଭ କରିଥିବା ପ୍ରଥମ ଟ୍ରେନର କିଛି ଘଣ୍ଟା ପୂର୍ବରୁ ଏହି ସୂଚନା ଦେଇଛି ରେଳ ବିଭାଗ । ଏହି ସ୍ୱତନ୍ତ୍ର ଟ୍ରେନର ବୁକିଂ ସୋମବାର ସନ୍ଧ୍ୟା ୬ଟାରୁ ଆରମ୍ଭ ହୋଇଥିଲା ।

୮୨୩୧୭ ଲୋକ ଯାତ୍ରା କରିବେ

ଆସନ୍ତା ସାତ ସାତ ଦିନ ପର୍ଯ୍ୟନ୍ତ ଏବେ ସୁଦ୍ଧା ୧୬.୧୫ କୋଟି ଟଙ୍କାର ୪୫ ଜହାର ୫୩୩ଟି ଟିକେଟ୍‌ ବୁକ୍‌ ହୋଇସାରିଛି । ଏହି ରେ ପ୍ରାୟ ୮୨ ହଜାର ୩୧୭ ଲୋକ ଯାତ୍ରା କରିବେ । ସୋମବାର ରେଳବାଇ ୧୫ଟି ସ୍ୱତନ୍ତ୍ର ଟ୍ରେନ୍ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଥିଲା । ଯାହା ଲାଗୁ ହୋଇସାରିଛି । ଏହି ଅନୁଯାୟୀ ଯାତ୍ରୀମାନଙ୍କୁ ସେମାନଙ୍କର ଖାଦ୍ୟ ଏବଂ ବେଡ୍‌ସିଟ୍ ଆଣିବାକୁ କୁହାଯାଇଛି ଏବଂ ଟ୍ରେନ୍ ଛାଡିବାର ୯୦ ମିନିଟ୍ ପୂର୍ବରୁ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଆସିବାକୁ କୁହାଯାଇଛି । ଏହି ଯାତ୍ରୀମାନଙ୍କ ପାଇଁ ‘ଆରୋଗ୍ୟ ସେତୁ ଆପ୍’ ଡାଉନଲୋଡ୍ କରିବା ମଧ୍ୟ ବାଧ୍ୟତାମୂଳକ ରହିଛି ।

କେଉଁ ସହର ପାଇଁ ରହିଛି ଟ୍ରେନ୍‌ ?

ଏହି ଟ୍ରେନ୍‌ଗଉଡ଼ିକ ନୂଆଦିଲ୍ଲୀ ଏବଂ ଦେଶର ସମସ୍ତ ପ୍ରମୁଖ ସହର, ଦିବ୍ରୁଗଡ଼, ଅଗରତାଲା, ହାଓ୍ୱାଡ଼ା, ପାଟନା, ବିଳାସପୁର, ରାଞ୍ଚି, ଭୁବନେଶ୍ୱର, ସିକନ୍ଦରାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ଥିରୁବନନ୍ତପୁରମ୍, ମାଡଗାଓଁ, ମୁମ୍ବାଇ ମଧ୍ୟ, ଅହମ୍ମଦାବାଦ ଏବଂ ଜାମ୍ମୁ ମଧ୍ୟରେ ଚାଲିବ । ୧୨ ମେ’ ମଙ୍ଗଳବାର ଆଠଟି ଟ୍ରେନ ମଧ୍ୟରୁ ତିନିଟି ନୂଆଦିଲ୍ଲୀରୁ ବାହାରିଛି । ଏହି ଟ୍ରେନ୍‌ ଡିବ୍ରୁଗଡ, ବେଙ୍ଗାଲୁରୁ ଏବଂ ବିଲାସପୁରରେ ପହଞ୍ଚିବ । ଏହାସହ ହାୱଡ଼ା, ରାଜେନ୍ଦ୍ର ନାଗର (ପାଟନା), ବେଙ୍ଗଲୁରୁ, ମୁମ୍ବାଇ ମଧ୍ୟ ଏବଂ ଅହମ୍ମଦାବାଦରୁ ବାହାରି ପୁଣି ଦିଲ୍ଲୀରେ ପହଞ୍ଚିବ।

କେବଳ ଶୀତତାପ ନିୟନ୍ତ୍ରିତ କୋଚ୍ ଚାଲିବ

ଏହି ସ୍ୱତନ୍ତ୍ର ଟ୍ରେନ୍ ଗୁଡିକରେ କେବଳ ଏୟାର କଣ୍ଡିସିନର କ୍ଲାସ୍ କୋଚ୍ (AC-1, AC-2 ଏବଂ AC-3) ରହିବ । ଲକ୍‌ଉନ୍‌ରେ ଚାଲିବା କାରଣରୁ ଭଡା ସାଧାରଣତଃ ରାଜଡ଼ାନୀ ଏକ୍ସପ୍ରେସ୍‌ ଅନୁଯାୟୀ ରହିବ । ରେଳବାଇ କହିଛି ଯେ ଏହି ଟ୍ରେନରେ ଆଡଭାନ୍ସ ବୁକିଂ ସର୍ବାଧିକ ସାତ ଦିନ ପୂର୍ବରୁ ହୋଇପାରିବ । ବର୍ତ୍ତମାନ RAC ଏବଂ ଓ୍ୱେଟିଂ ଟିକେଟ୍ ଦିଆଯିବ ନାହିଁ ।

Leave a Reply