ଉତ୍ତରକାଶୀରେ ଟନେଲରେ ରେସ୍କ୍ଯୁ ଅପରେସନ ବିଳମ୍ବ

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡ ଉତ୍ତରକାଶୀରେ ଟନେଲରେ  ରେସ୍କ୍ଯୁ ଅପରେସନ ବିଳମ୍ବ । ୬ ଦିନ ଧରି ଟନେଲ ଭିତରେ ଜୀବନ ସହ ସଂଘର୍ଷ କରୁଛନ୍ତି ୪୦ ଶ୍ରମିକ ।  ଶ୍ରମିକଙ୍କ ସ୍ବାସ୍ଥ୍ଯାବସ୍ଥା ନେଇ ବଢିଛି ସଂଶୟ ।  ସେପଟେ ଥାଇଲାଣ୍ଡ ଓ ନରଓ୍ବେର ଏକ୍ସପର୍ଟ ଟିମ ସହ ଉଦ୍ଧାର ପ୍ରକ୍ରିୟା ନେଇ ହୋଇଛି ଆଲୋଚନା ।  ବର୍ତ୍ତମାନ ସୁଦ୍ଧା ପ୍ରାୟ ଧ୍ବଂସାବଶେଷର ୨୪ ମିଟରକୁ ଡ୍ରିଲ କରିସାରିଲେଣି ଟିମ । ଶ୍ରମିକଙ୍କ ନିମନ୍ତେ ଖାଦ୍ଯ ଓ ଅକ୍ସିଜେନ ଯୋଗାଣ ଲାଗି ପଠାଯାଇଛି ୪ଟି ପାଇପ । ଯଦି ଉଦ୍ଧାର କାର୍ଯ୍ଯ ବିଳମ୍ବ ହୁଏ ତେବେ ଶ୍ରମିକଙ୍କ ଅବସ୍ଥା ଅଧିକ ଖରାପ ହୋଇପାରେ ବୋଲି ଆଶଙ୍କା କରିଛନ୍ତି ଟିମ୍ । ବିଳମ୍ବ କ୍ଷେତ୍ରରେ ଶ୍ରମିକମାନେ ଅଧିକ ଭୟଭୀତ ହେବା ସହ ଅସହାୟ, ମାନସିକ ଚିନ୍ତା ଆଦି ମଧ୍ଯରେ ବିପଦଗ୍ରସ୍ତ ହେବା ଆଶଙ୍କା ରହିଛି । ଟନେଲ ଭିତରେ ଅମ୍ଳଜାନ ଓ ଅଙ୍ଗାରକାମ୍ଳ ପରିମାଣ ପଢିବା ଯୋଗୁ ସେମାନଙ୍କ ଶରୀର ଉପରେ ନକାରାତ୍ମକ ପ୍ରଭାବ ବଢିବା ସମ୍ଭାବନା ରହିଛି । ଏହା ସହ ଅଣ୍ଡରଗ୍ରାଉଣ୍ଡ ତାପମାତ୍ରା ହାଇପୋଥର୍ମିଆ ସୃଷ୍ଟି ହେବା ଆଶଙ୍କା ରହିଛି ।  How 3-ft pipe will rescue workers trapped inside U'khand tunnel; what's the  plan | Latest News India - Hindustan Times

ଏହା ଯୋଗୁ ସେମାନେ ଚେତାଶୂନ୍ୟ ହେବା ଆଶଙ୍କା ରହିଛି । ସେପଟେ ଯଦି ଟନେଲ ଅଧିକ ଧସେ ତେବେ ଶ୍ରମିକଙ୍କ ଲାଗି ବିପଦ ଯଥେଷ୍ଟ ହେବ । ରୁଦ୍ଧ ଟନେଲ ଭିତରେ ଏତେ ଶ୍ରମିକ ଫସିଥିବାରୁ ଶ୍ବାସରୁଦ୍ଧ ସମସ୍ଯା ବି ଦେଖାଦେଇପାରେ । ପ୍ରାୟ ୭୦ ମିଟରର ଧ୍ବଂସାବଶେଷ ମଧ୍ଯରେ ପାଇପ ପ୍ରବେଶ ଲାଗି ୧୫ ଘଣ୍ଟା ସମୟ ଲାଗିବା ଆକଳନ କରାଯାଇଛି । ଘଣ୍ଟା ପ୍ରତି ୫ ମିଟର ଖୋଳିବା ଲାଗି ଯୋଜନା କରିଛନ୍ତି ରେସ୍କ୍ୟୁ ଟିମ୍ । ଘଟଣାସ୍ଥଳରେ ମେଡିକାଲ ଟିମ୍ ଉପସ୍ଥିତ ରହି ସ୍ଥିତି ଉପରେ ନଜ ରଖିଛନ୍ତି ।