spot_img

Latest Posts

ଛେଳି ଚରାଇବାକୁ ଯାଇ ପଥର ସନ୍ଧିରେ ଫସିଲା ବାଳକ, ୧୦ ଘଣ୍ଟାର ରେସକ୍ୟୁ ଅପରେସନ ପରେ ବର୍ତ୍ତିଲା ଜୀବନ

ନବରଙ୍ଗପୁର: ଛେଳି ଚରାଇବାକୁ ଯାଇ ପଥର ସନ୍ଧିରେ ଫସିଲା ବାଳକ। ପ୍ରାୟ ଦୀର୍ଘ ୧୦ ଘଣ୍ଟାର ରେସକ୍ୟୁ ଅପରେସନ୍‌ ପରେ କରାଯାଇଛି ଉଦ୍ଧାର । ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ବ୍ଲକ୍ ସ୍ଥିତ କରାଘାଟି ଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା । ଗତକାଲି ଦିନ ୧୦ଟାରେ ଜଣେ ୧୨ ବର୍ଷର ବାଳକ ପାହାଡ଼ ଉପରେ ଛେଳି ଚରାଇବାକୁ ଯାଇଥିବା ସମୟରେ ଦୁଇଟି ପଥର ସନ୍ଧିରେ ତା’ର ମୁଣ୍ଡ ଫସି ଯାଇଥିଲା। ବାଳକର ଗୋଡ଼ ଦୁଇଟି ଉପରେ ଥିବା ବେଳେ ମୁଣ୍ଡଟି ପଥର ସନ୍ଧିରେ ଫସି ରହିଥିଲା। ଚିତ୍କାର ଶୁଣି ଗାଁର କିଛି ଲୋକ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ବାଳକଟିକୁ କରିବାକୁ ଉଦ୍ୟମ କରିଥିଲେ। ସୂଚନା ପରେ ଅପରାହ୍ନରେ ତେନ୍ତୁଳିଖୁଣ୍ଟି ବିଡ଼ିଓ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ରାତି ପ୍ରାୟ ୮ଟା ବେଳକୁ ବାଳକକୁ ଉଦ୍ଧାର କରାଯାଇଥଲା । ତେବେ ମୁଣ୍ଡ କେମିତି ପଥର ସନ୍ଧିରେ ଫସିଲା ତାହା ସ୍ପଷ୍ଟ ହୋଇନାହିଁ। ଏହାପରେ ତାକୁ ପ୍ରଥମେ ପାତ୍ରପୁଟ୍ ମେଡିକାଲ ଓ ପରେ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏବେ ବାଳକର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡିଛି।

Latest Posts

Don't Miss