ପୁରୁଣା ମାଲିକଙ୍କୁ ଭେଟିବା ପାଇଁ ୬୪କିମି. ଚାଲିଚାଲି ଗଲା କୁକୁର
1 min readମାଲିକ ପାଇଁ ତା’ କୁକୁର ସବୁବେଳେ ବିଶ୍ୱସ୍ତ ହୋଇରହିଥାଏ । ଏଇ ଯେମିତି ଆୟଲାଣ୍ଡର ଏକ କୁକୁର ‘କୁପର’ । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । କାରଣ କୁପର ନିଜ ପୁରୁଣା ମାଲିକକୁ ଭେଟିବା ପାଇଁ ଭୋକ ଉପାସରେ ୬୪ କିମି. ଚାଲିଚାଲି ଯାଇଛି ।
ଦ ସନ୍ ୱେବସାଇଟର ରିପୋର୍ଟ ଅନୁଯାୟୀ, ଉତ୍ତର ଆୟଲାଣ୍ଡର ଡନଗାନନ ସହରରେ ଏକ କୁକୁର ପ୍ରାୟ ୬୪ କିମି. ଚାଲିଚାଲି ନିଜ ମାଲିକ ପାଖରେ ପହଞ୍ଚିଛି । ଏଥିପାଇଁ ଗୋଲଡେନ୍ ରିଟ୍ରୀବର ପ୍ରଜାତିର ଏହି କୁକୁରକୁ ୨୭ ଦିନ ଲାଗିଥିଲା।
କୁପରର କାହାଣୀ ଆରମ୍ଭ ହୋଇଛି ଟୋବରମୋର ଅଞ୍ଚଳରୁ । ଏହି ସହରରେ କୁପରର ପିଲାଦିନ କଟିଥିଲା । ପରେ ମାଲିକ କୁପର ଓ ତା’ ଭାଇ ଜର୍ଜକୁ ଏକ pet shopରେ ବିକି ଦେଇଥିଲେ । ପରବର୍ତ୍ତୀ ସମୟରେ ଟୋବରମୋରରୁ ୬୪ କିମି. ଦୂରରେ ରହୁଥିବା ନାଇଜିଲ୍ ନାମକ ଜଣେ ଫଟୋଗ୍ରାଫର କୁପରକୁ କିଣି ନେଇଥିଲେ ।
This beautiful dog Cooper was given up by it's owners.
He was adopted.
Cooper escaped its new owners and in 27 days walked 40 miles north from Dungannon, County Tyrone, to Tobermore, County Londonderry back to the family who gave him up. pic.twitter.com/yIxgcgBsju
— Denise (@Likeshesays) April 30, 2023
ଯଦିଓ କୁପରକୁ ଏକ ନୂଆ ଘର ସହ ନୂଆ ସାଥୀ ମିଳିଥିଲା, ତଥାପି ସେ ପୁରୁଣା ସ୍ମୃତିକୁ ଭୁଲି ପାରିନଥିଲା । କିଛି ଦିନ ପରେ ନାଇଜିଲ୍ ପୋଷା କୁକୁର ମୋଲି ଓ କୁପରକୁ ବାହାରକୁ ନେଇଥିଲେ ବୁଲାଇବା ପାଇଁ । ଏହି ସମୟରେ ଗାଡ଼ିରୁ ବାହାରିବା ପରେ ହଟାତ୍ କ୍ଷୀପ୍ର ଗତିରେ କେଉଁଆଡେ ଉଭାନ ହୋଇଯାଇଥିଲା ସେ । ବହୁ ଖୋଜାଖୋଜି ପରେ ନମିଳିବାରୁ ନାଇଜିଲ୍ ତା’ର ନିଖୋଜ ରିପୋର୍ଟ ଦେଇଥିଲେ । ଏଥିସହ ଲଷ୍ଟ ପଜ୍ ନାମକ ସଂସ୍ଥା ସହ ମିଶି ଖୋଜିବା ସଙ୍ଗେସଙ୍ଗେ ତା’ର ପୋଷ୍ଟର ମଧ୍ୟ ସବୁଠି ଲଗାଇଥିଲେ ।
ଏପ୍ରିଲ୍ ୨୬ରେ ଉକ୍ତ ସଂସ୍ଥାକୁ ଖବର ଆସିଥିଲା, କୁପରକୁ ଟୋବରମୋର ଅଞ୍ଚଳରେ ଦେଖାଯାଇଛି । ଘଟଣା ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇପଡିଥିଲେ ନାଇଜିଲ୍ ଓ ସମ୍ପୃକ୍ତ ସଂସ୍ଥା । କାରଣ ୬୪ କିମି. ଯାତ୍ରା କରି ପୁରୁଣା ମାଲିକ ପାଖକୁ ଯିବା ପାଇଁ କୁପରକୁ ମୁଖ୍ୟ ରୋଡ, ଜଙ୍ଗଲ, ପଡ଼ିଆ, କଣ୍ଟ୍ରୀ ରୋଡ୍ ଓ ଟ୍ରାଫିକ୍ ଆଦି ଅତିକ୍ରମ କରି ଯିବାକୁ ପଡିଥିବ ।
ଏନେଇ ନାଇଜିଲ୍ କହିଛନ୍ତି, କୁପର ଏବେ ଘରକୁ ଫେରିଆସିଛି । ଧିରେଧିରେ ଖାଇବା ପିଇବା ଆରମ୍ଭ କରିଛି ।