ବିଯୁକ୍ତ ୪୦ ଡିଗ୍ରୀ, ୧୫ ହଜାର ଫୁଟ୍ ଉଚ୍ଚରେ ଗଣତନ୍ତ୍ର ଦିବସ ପାଳନ କଲେ ହିମବୀର
1 min readନୂଆଦିଲ୍ଲୀ: ସାରା ଦେଶ ଆଜି ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି । ୧୯୫୦ ମସିହା ଆଜିର ଦିନରେ ଭାରତରେ ସମ୍ବିଧାନ ଲାଗୁ ହୋଇଥିଲା । ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଗୁଞ୍ଜରିତ ହେଉଛି ଜାତୀୟ ସଂଗୀତର ଗାନ । ଗଣତନ୍ତ୍ର ଦିବସରେ ଦିଲ୍ଲୀ ରାଜପଥରେ ହେବାକୁ ଥିବା ପରେଡରେ ଭାରତୀୟ ସେନାରେ ସାହାସିକତା ଦେଖାଇବା ସହ ରାଜପଥରେ ଦେଖିବାକୁ ମିଳିବ ଭାରତୀୟ ସଂସ୍କୃତିର ଝଲକ । ଅନ୍ୟପକ୍ଷରେ ଗଣତନ୍ତ୍ର ଦିବସରେ ଉତ୍ତରାଖଣ୍ଡ, ହିମାଚଳ ଓ ଲଦାଖର ୧୫ ହଜାର ଫୁଟ ଉଚ୍ଚରେ ମୁତୟନ ହୋଇଥିବା ଯବାନଙ୍କ ମଧ୍ୟରେ ବେଶ୍ ଜୋଶ ଦେଖିବାକୁ ମିଳିଛି । ITBPର ଏହି ହିମବୀର ବିଯୁକ୍ତ ୪୦ ଡିଗ୍ରୀ ତାପମାତ୍ରା ଓ ୧୫ ହଜାର ଫୁଟ୍ ଉଚ୍ଚରେ ତ୍ରିରଙ୍ଗା ଉଡାଇଛନ୍ତି ।
Indo-Tibetan Border Police (ITBP) personnel celebrate #RepublicDay at 15,000 feet altitude in -40 degree Celsius temperature in Ladakh. pic.twitter.com/WxcpTiC0Rr
— ANI (@ANI) January 26, 2022
#WATCH | Indo-Tibetan Border Police (ITBP) personnel celebrate #RepublicDay at 14,000 feet altitude in -30 degree Celsius temperature in Uttarakhand. pic.twitter.com/sPPJHqzr1u
— ANI (@ANI) January 26, 2022
ଭାରତ-ତିବ୍ଦତ ସୀମା ପୋଲିସର ଯବାନମାନେ ଲଦାଖର ୧୫ ହଜାର ଫୁଟ୍ ଉଚ୍ଚରେ ମାଇନସ ୪୦ ଡିଗ୍ରୀ ତାପମାତ୍ରରେ ତ୍ରିରଙ୍ଗା ଉଡାଇ ସାଧାରଣତନ୍ତ୍ର ଦିବସ ପାଳନ କରିଛନ୍ତି । ସେହିପରି ଭାବରେ ଉତ୍ତରାଖଣ୍ଡରେ ITBP ଯବାନମାନେ ମାଇନସ୍ ୩୦ ଡିଗ୍ରୀ ତାପମାତ୍ରାରେ ୧୪ ହଜାର ଫୁଟ୍ ଉଚ୍ଚରେ ଗଣତନ୍ତ୍ର ଦିବସ ପାଳନ କରିଛନ୍ତି ।