ବିଶ୍ୱ ଦେଖିଲା ସେନାର ସାହସ, ଶୌର୍ଯ୍ୟ ଓ ପରାକ୍ରମ… ପ୍ରଜ୍ଞାପନ ମେଢରେ ଦେଶର ସାଂସ୍କୃତିକ ବିବିଧତାର ଝଲକ
2 min readନୂଆଦିଲ୍ଲୀ: ଆଜି ୭୨ତମ ସାଧାରଣତନ୍ତ୍ର ଦିବସ ପାଳୁଛି ଭାରତ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଜାତୀୟ ଯୁଦ୍ଧ ସ୍ମାରକୀରେ ପହଞ୍ଚି ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ତିନି ସେନାର ମୁଖ୍ୟ ଉପସ୍ଥିତ ଥିଲେ । ଗଣତନ୍ତ୍ର ଦିବସରେ ରାଜପଥରେ ପତାକା ଉତ୍ତୋଳନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।
Delhi: The Tricolour unfurled at Rajpath in the presence of President Ram Nath Kovind, Prime Minister Narendra Modi and other dignitaries, on 72nd #RepublicDay pic.twitter.com/h4FjOzRI2B
— ANI (@ANI) January 26, 2021
ପତାକା ଉତ୍ତୋଳନ ବେଳେ ପ୍ରଧାନମନ୍ତ୍ରୀ ମୋଦି ଉପସ୍ଥିତ ରହିଥିଲେ । ପତାକା ଉତ୍ତୋଳନ ପରେ ଆରମ୍ଭ ହୋଇଛି ପରେଡ୍ । ପରେଡରେ ସାରା ବିଶ୍ୱକୁ ନିଜର ଶକ୍ତି ଓ ସାମର୍ଥ୍ୟ ଦେଖାଉଛି ଭାରତ।
Designed after the theme 'Ayodhya: Cultural Heritage of Uttar Pradesh', the tableau of Uttar Pradesh also displays Ram Mandir.
The forepart of the middle tableau shows Deepotsava of Ayodhya, in which millions of earthen lamps are lit. #RepublicDay pic.twitter.com/FCnNOv7Z4n
— ANI (@ANI) January 26, 2021
ପ୍ରଥମ ଥର ଲାଗି ଯୁଦ୍ଧ ବିମାନ ରାଫେଲ୍ ପରେଡ୍ରେ ସାମିଲ ହୋଇଥିବା ବେଳେ ଦମ୍ ଦେଖାଇଛି ମିଗ୍-୨୯ । ତେବେ ଗତ ୫ ଦଶନ୍ଧିରେ ପ୍ରଥମ ଥର ପାଇଁ ଚଳିତବର୍ଷ ଦିଲ୍ଲୀରେ ବିନା ମୁଖ୍ୟ ଅତିଥିରେ ପରେଡ ଅନୁଷ୍ଠିତ ହେଉଛି। ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସ ବିଗତ ବର୍ଷଗୁଡ଼ିକ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଅତିଥି ଓ ଦର୍ଶକଙ୍କ ସଂଖ୍ୟା ଦୁଇ ତୃତୀୟାଂଶ କମ୍ କରାଯାଇଥିଲା ।
The ‘Trinetra’ formation comprising of three Su-30MKIs – the three aircraft split outwards and upwards, forming a ‘Trishul in the Sky’. The formation is led by Gp Capt AK Misra. Commanding Officer of 15 Squadron with Sqn Ldr RC Kulkarni. #RepublicDay pic.twitter.com/82BwnSt8Xv
— ANI (@ANI) January 26, 2021
ପରେଡରେ ମାତ୍ର ୪ଟି ସ୍କୁଲର ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଛନ୍ତି । ଏଥିରେ ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ପିଲାମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଚଳିତବର୍ଷ ୧୫ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ପରେଡ ସ୍ଥଳକୁ ଅନୁମତି ଦିଆଯାଇ ନ ଥିଲା। ପରେଡ୍ ପରେ ୧୭ଟି ରାଜ୍ୟ ଓ ୯ଟି ମନ୍ତ୍ରଣାଳୟର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହୋଇଥିଲା ।