ଓଡ଼ିଶା ବିଧାନସଭା ପରିଦର୍ଶନ କଲେ ଭାରତ ଗସ୍ତରେ ଆସିଥିବା ୮ଟି ଦେଶର ପ୍ରତିନିଧି

1 min read

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ପରିଦର୍ଶନ କରିଛନ୍ତି ଭାରତ ଗସ୍ତରେ ଆସିଥିବା ୮ଟି ଦେଶର ପ୍ରତିନିଧୀ । ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ସମ୍ପର୍କରେ ଅଧିକ ଉପଲବ୍ଧି ନିମନ୍ତେ ଭାରତ ଗସ୍ତରେ ଆସିଥିବା ପ୍ରତିନିଧୀମାନେ ବିଧାନସଭା ବୁଲି ଦେଖିଛନ୍ତି । ଓଡ଼ିଶାରେ ଗଣତାନ୍ତ୍ରିକ ପରମ୍ପରା ସମ୍ପର୍କିତ ଶାସନ ବ୍ୟବସ୍ଥା ସମ୍ପର୍କରେ ବିଧାନସଭାର ବାଚସ୍ପତି ବିକ୍ରମ କେଶରୀ ଆରୁଖ ପ୍ରତିନିଧି ଦଳକୁ ବୁଝାଇଛନ୍ତି । ବିଧାନସଭାର ନୂତନ ସମ୍ମିଳନୀ କକ୍ଷରେ ବୈଠକ ହୋଇଥିଲା ।

ଆଜାଦୀ କା ଅମୃତ ମହୋତ୍ସବର ଅଂଶ ବିଶେଷ ଭାବେ ଦ ଜେନ୍‌-ନେକ୍ସଟ ଡେମୋକ୍ରେସି ନେଟଓ୍ବାର୍କ ପ୍ରୋଗ୍ରାମ୍‌ ନାମରେ ନାମିତ ଏହି କାର୍ଯ୍ୟକ୍ରମଟିକୁ ଇଣ୍ଡିଆନ୍ କାଉନସିଲ ଫର୍ କଲଚରାଲ୍ ରିସର୍ଚ୍ଚ ପକ୍ଷରୁ ଆୟୋଜନ କରାଯାଇଛି । ପର୍ତ୍ତୁଗାଲ୍‌, ଦକ୍ଷିଣ ଆଫ୍ରିକା, ମଙ୍ଗୋଲିଆ, କ୍ରୋସିଆ, ଗାୟେନା, ବ୍ରାଜିଲ୍‌, ବେଲଜିୟମ୍ ଏବଂ ବୁଲଗେରିଆର ଦେଶର ପ୍ରତିନିଧି ଏଥିରେ ସାମଲ ଅଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ପ୍ରତିନିଧୀ ଦଳ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ।