ଗାଙ୍ଗୁଲି କହିଲେ ବିରାଟ ଚାହୁଁଥିଲେ ୱାନ ଡେ କ୍ୟାପଟେନ୍ସି..
ନୂଆଦିଲ୍ଲୀ: ଥମୁନାହିଁ ବିରାଟ ବିବାଦ । କିଛିଦିନ ହେଲା ଭାରତୀୟ କ୍ରିକେଟ ଟିମରେ ଠିକ ଠାକ ଚାଲୁନାହିଁ । ଏମିତିକି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ କ୍ୟାପଟେନ ବିରାଟ କୋହଲିଙ୍କ ସମ୍ପର୍କ ବି ଠିକ୍ ନାହିଁ । ଏହି ବିବାଦକୁ ନେଇ ଦୀର୍ଘଦିନ ଧରି ଚୁପ ରହିଥିବା ଦାଦା, ତେବେ ମୁହଁ ଖୋଲିଛନ୍ତି । ଡିସେମ୍ବର ୨୦୨୧ରେ କୋହଲିଙ୍କ ଠାରୁ ବିସିସିଆଇ ଦିନିକିଆ ଅଧିନାୟକ ପଦବୀ ଛଡାଇ ନେଇଥିଲା । ଏହାପରେ 33 ବର୍ଷିୟ କୋହଲି ଟେଷ୍ଟ କ୍ୟାପଟେଂନ୍ସିରୁ ଇସ୍ତଫା ଦେଇଥିଲେ । କିନ୍ତୁ କ୍ୟାପଟେନ କୋହଲିଙ୍କ ହଠାତ ଏଭଳି ନିଷ୍ପତି ହଇରାଣ କରିଦେଇଥିଲା ।
କିନ୍ତୁ ଏ ସବୁ ଭିତରେ ଚାଲିଥିବା କନ୍ଦଳ ବେସିଦିନ ଲୁଚି ରହିନଥିଲା । ସୂଚନା ମୁତବାକ ଗତବର୍ଷ ଡିସେମ୍ବର ମାସରେ କୋହଲିଙ୍କ ଠାରୁ ଅଧିନାୟକ ପଦବୀ ଛଡାଇ ନିଆଯାଇଥିଲା । ସାଉଥ ଆଫ୍ରିକା ମ୍ୟାଚ ପୂର୍ବରୁ କୋହଲିଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇବାକୁ ଚାହୁଁଥିଲେ ଗାଙ୍ଗୁଲି । ୱାନ ଡେ ଏବଂ ଟି ଟ୍ୱେଟିଂ ପଦବୀକୁ ନେଇ ସାମ୍ବାଦିକ ସମ୍ମିଳନୀ ଡକାଇଥିଲେ ବିରାଟ କୋହଲି । ଏବଂ କହିଥିଲେ ଯେବେ ମୁଁ କ୍ୟାପଟେନ୍ସି ଛାଡିବା ନିଷ୍ପତ୍ତି ନେଇଥିଲି, ମୋତେ କେହି ମଧ୍ୟ ରୋକି ନଥିଲେ । ଫଳରେ ଏଭଳି ପ୍ରତିକ୍ରିୟା କେଉଁଠି ନା କେଉଁଠି ବିସିସିଆଇ ଏବଂ ଗାଙ୍ଗୁଲିଙ୍କ ଛବି ଉପରେ ପ୍ରଭାବ ପକାଇଥିଲା । ପରେ ଏହି ଘଟଣାକୁ ନେଇ ସୋ କଜ ନୋଟିସ ପଠାଇବାକୁ ପ୍ରସ୍ତୁତ କରିସାରିଥିଲା ବିସିସିଆଇ ।
ସେପଟେ ଏହି ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ସୌରଭ ଗାଙ୍ଗୁଲି । କୋହଲି ୱାନ ଡେ ଟିମର କ୍ୟାପେଟନ ପଦବୀରେ ରହିବା ପାଇଁ ଚାହୁଁଥିଲେ । କିନ୍ତୁ ବିସିସିଆଇ କୋହଲିଙ୍କୁ ଅଧିନାୟକ ପଦବୀରୁ ବିଦା କରିଥିଲା । କରାଯାଇଥିଲା । ଏବଂ ବିସିସିଆଇ ସିଲେକ୍ଟର୍ସ କମିଟି କହିଥିଲା ଯେ, ଲିମିଟେଡ ଓଭର୍ସ କ୍ରିକେଟରେ ଦୁଇ ଜଣ କ୍ୟାପଟେନ ରଖିବା ସମ୍ଭବପର ନୁହେଁ ବୋଲି କହିଛନ୍ତି ସୌରଭ ଗାଙ୍ଗୁଲି ।