ବିଧାନସଭାରୁ ବିଦା ହେଲେ ମଦ୍ୟପ କର୍ମଚାରୀ, ମଦ ପିଇ କରୁଥିଲେ ହଙ୍ଗାମା

ଭୁବନେଶ୍ୱର: ବିଧାନସଭାରୁ ବିଦାହେଲେ ମଦୁଆ କର୍ମଚାରୀ । ମଦ ପିଇ ହଙ୍ଗାମା କରୁଥିଲେ । ଆଗରୁ ଚେତାବନୀ ପରେ ବି ଶୁଣିଲେ ନାହିଁ । ଶେଷରେ ଚାକିରିରୁ ତଡା ଖାଇଛନ୍ତି ମଦୁଆ କର୍ମଚାରୀ । ଏହି କର୍ମଚାରୀଙ୍କ ନାମ ହେଉଛି  ମାନଗୋବିନ୍ଦ ପଣ୍ଡା । ସେ ବିଧାନସଭାରେ ରିପୋର୍ଟର ଭାବେ କାମ କରୁଥିଲେ । ମାନଗୋବିନ୍ଦ ମଦ୍ୟପାନ କରି ବିଧାନସଭା ଆସୁଥିବାରୁ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ପୂର୍ବରୁ ତାଙ୍କ ନାଁରେ ମଦ ପିଇ ବିଧାନସଭା ଆସୁଥିବା ଅଭିଯୋଗ ଆସିଥିଲା । ତେଣୁ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହି ସୂଚନା ଦେଇଛନ୍ତି । ତାଙ୍କ ଚାକିରିର କାର୍ଯ୍ୟକାଳ ପରେ ମଧ୍ୟ ସେ କାର୍ଯ୍ୟ କରୁଥିଲେ ।

କିନ୍ତୁ ସେ କାର୍ଯ୍ୟ କରୁଥିବା ବେଳେ ମଦ ପିଇ ଅଭଦ୍ରାମି ଏବଂ ଗାଳିଗୁଲଜ କରୁଥିଲେ। ସେଥିପାଇଁ ତାଙ୍କ ବିରୁଦ୍ଧରେ ଗତ ୨୪ ତାରିଖରେ ବାଚସ୍ପତିଙ୍କ ପାଖରେ ଅଭିଯୋଗ ହୋଇଥିଲା ।  ବାଚସ୍ପତି ୨୪ ତାରିଖରେ ହିଁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ । ତେବେ ବାଚସ୍ପତି ପୂର୍ବରୁ ଆଇନ କରିଥିଲେ ଯେ ବିଧାନସଭା ମଧ୍ୟକୁ କେହି ମଦ୍ୟପାନ କରି ଆସିବେ ନାହିଁ । ସେହି ଆଉନ ଅନୁଯାୟୀ ତାଙ୍କୁ ବିଦା କରାଯାଇଛି । ଏହା ସହ ବାଚସ୍ପତି କଡ଼ା ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି, ଯଦି କୌଣସି ବ୍ୟକ୍ତି ମଦ ପିଇ ବିଧାନସଭାକୁ ଆସନ୍ତି ତେବେ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ବିଧାନସଭାକୁ ମଦ୍ୟପାନ କରିଆସିଲେ ବିଧନାସଭାର ଗାରିମା ନଷ୍ଟ ହେଉଛି ଏବଂ କର୍ମଚାରୀ ମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଏଭଳି କାର୍ଯ୍ୟକୁ ଦୃଷ୍ଟିରେ ରଖି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଆଗକୁ  ବିଧାନସଭାବ ଆରମ୍ଭ ହେବା । ତେଣୁ ବିଧାନସଭା ଆରମ୍ଭ ପୂର୍ବରୁ ସମସ୍ତ କର୍ମଚାରୀଙ୍କ ପାଇଁ ଏହା ଏକ କଡ଼ା ଚେତାବନୀ । ଯାହାର ଉଦାହରଣ ପାଲଟିଛନ୍ତି ମାନଗୋବିନ୍ଦ ପଣ୍ଡା । ତେବେ ବିଧାନସଭାରେ ଏକ ପ୍ରକାରର ସଂସ୍କାର ଆଣିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ।

Leave a Reply