କ୍ୟାନ୍ସର ପୀଡ଼ିତାଙ୍କ ପାଇଁ କେଶ ଦାନ କଲେ ସାମ୍ବାଦିକ

ନନ୍ଦିଘୋଷ ବ୍ୟୁରୋ: କ୍ୟାନ୍ସର ପୀଡ଼ିତାଙ୍କ ପାଇଁ କେଶ ଦାନ କଲେ ସାମ୍ବାଦିକ । ୧୮ ଇଞ୍ଚ୍‌ ଲମ୍ବର କେଶ କଲେ ଦାନ । ୫ ବର୍ଷ ହେଲା କେଶର ଯତ୍ନ ନେଉଥିଲେ । କର୍କଟ ରୋଗରେ ଆକ୍ରାନ୍ତ ହୋଇ କେଶ ହରାଉଥିବା ବ୍ୟକ୍ତିବିଶେଷଙ୍କ ଉଦ୍ଦେଶ୍ୟରେ କେଶ ଦାନ କଲେ ଯୁବ ସାମ୍ବାଦିକ ବିନୋଦ କୁମାର ବେହେରା । ସାମାଜିକ ଅନୁଷ୍ଠାନ ‘ସୋପଭା ଟ୍ରଷ୍ଟ’ ସହଯୋଗରେ ସେ ‘କେଶ ଥିଲେ ଦିଅନ୍ତୁ, ନଥିଲେ ନିଅନ୍ତୁ’ ଅଭିଯାନରେ ସାମିଲ ହୋଇ ପ୍ରାୟ ୧୮ ଇଞ୍ଚ୍ ଲମ୍ବର କେଶ ଦାନ କରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ବାଳକାଟି ପଞ୍ଚାୟତର ନାଗପଡ଼ା ଗାଁର ବାସିନ୍ଦା ବୈକୁଣ୍ଠ ବେହେରା ଓ ବୈଶାଳୀ ବେହେରାଙ୍କ ପୁତ୍ର ବିନୋଦ ଏବେ ହାଇଦ୍ରାବାଦର ରାମୋଜି ଫିଲ୍ମ ସିଟିରେ ଥିବା ଦେଶର ଅଗ୍ରଣୀ ଡିଜିଟାଲ ନ୍ୟୁଜ୍ ନେଟୱର୍କ “ଇଟିଭି ଭାରତ”ରେ କାର୍ଯ୍ୟରତ ଅଛନ୍ତି । କୋଭିଡ୍‌ ପ୍ରଥମ ଲହର ସମୟରେ ସେଲୁନ୍‌ ଓ ସ୍ପା କଟକଣା କାରଣରୁ ନିଜ କେଶ କାଟିପାରିନଥିଲେ । ପରେ ସେ କିଛି ବନ୍ଧୁଙ୍କ ପରାମର୍ଶ କ୍ରମେ କ୍ୟାନ୍ସର ପୀଡ଼ିତଙ୍କ କ୍ଷେତ୍ରରେ ଏହି କେଶ ବ୍ୟବହାର ଯୋଗ୍ୟ ଜାଣି ସେ ସେଥିପ୍ରତି ଉତ୍ସାହିତ ହୋଇଥିଲେ । ସେବେଠାରୁ ଆବଶ୍ୟକ ଲମ୍ବ ହେବା ଯାଏଁ ସେ କେଶର ଯତ୍ନ ନେଇଥିଲେ । ଏବେ ପ୍ରାୟ ଦୀର୍ଘ ୫ ବର୍ଷ ପରେ ସେ ୧୮ ଇଞ୍ଚ ଲମ୍ବର କେଶ ଦାନ କରିଛନ୍ତି । କ୍ୟାନ୍ସର ପୀଡ଼ିତଙ୍କ ଉଦ୍ଦେଶ୍ୟରେ ନିୟମିତ କେଶ ଦାନ ଅଭିଯାନ ଚଳାଇ ଆସୁଥିବା ଅଗ୍ରଣୀ ସାମାଜିକ ଅନୁଷ୍ଠାନ ‘ସୋପଭା ଟ୍ରଷ୍ଟ’ ପକ୍ଷରୁ ବିନୋଦଙ୍କ ପ୍ରୟାସକୁ ପ୍ରଶଂସା କରାଯିବା ସହ ଏକ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ଆଗକୁ ଅଙ୍ଗଦାନ କରିବାକୁ ଇଚ୍ଛୁକ ଥିବା ମଧ୍ୟ ବିନୋଦ କହିଛନ୍ତି ।

ନଜର ପକାନ୍ତୁ