ଚୀନ୍‌ ରାଷ୍ଟ୍ରପତି ଜିନପିଙ୍ଗ୍‌ ଗୃହବନ୍ଦୀ, ୬ ହଜାରରୁ ଅଧିକ ବିମାନ ବାତିଲ୍‌

ବେଜିଂ: ସୁପରପାଓ୍ବାର ରାଷ୍ଟ୍ରମୁଖ୍ୟ ସି ଜିନପିଙ୍ଗ ଗୃହବନ୍ଦୀ । ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଗୃହବନ୍ଦୀ କରାଯିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ସାରା ବିଶ୍ବରେ ଖେଳିଛି ଚାଞ୍ଚଲ୍ୟ । ଏହି ଖବର ପ୍ରସାରିତ ହେବା ପରେ ବେଜିଂ ବିମାନ ବନ୍ଦରରେ ୬ ହଜାରରୁ ଅଧିକ ଆଭ୍ୟନ୍ତରୀଣ ଓ ଅନ୍ତର୍ଜାତୀୟ ବିମାନ ବାତିଲ କରାଯାଇଛି ।

ଏହା ସହ ବିକ୍ରି ହୋଇଥସାରିଥିବା ହାଇସ୍ପିଡ ରେଳ ଟିକେଟକୁ ରଦ୍ଦ କରିଦିଆଯାଇଛି । ଗତ ଦୁଇ ବର୍ଷ ଧରି ସେ ଚୀନ କମ୍ୟୁନିଷ୍ଟ ପାର୍ଟିର ନେତାମାନଙ୍କୁ ଭେଟି ନଥିବା କୁହାଯାଇଛି । ଗତ ୧୪ ତାରିଖରେ ଉଜବେକିସ୍ତାନ ସମରକନ୍ଦକୁ ଯାଇ ସେଠାରେ ସାଙ୍ଘାଇ ସହଯୋଗ ସମ୍ମିଳନୀରେ ସେ ଯୋଗ ଦେଇଥିଲେ । ଯଦିଓ ଜିନପିଙ୍ଗ ସାଂଘାଇ ବୈଠକକୁ ଯାଇଥିଲେ ତଥାପି ସେ ସେଠାରେ ବିଶେଷ ସକ୍ରିୟ ଭାବେ ସାମିଲ ହୋଇ ନଥିଲେ ।

ଏପରିକି ସେ କୌଣସି ଗୁରୁତ୍ବପୂର୍ଣ୍ଣ ଭାଷଣ ଦେଇ ନଥିଲେ । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ଭେଟି ନଥିଲେ । ବୋଧହୁଏ କୌଣସି ଆଭ୍ୟନ୍ତରୀଶ ସମସ୍ୟାରେ ପଡ଼ି ସେ ଏପରି କରିଥିଲେ ବୋଲି ଚର୍ଚ୍ଚା ହେଉଛି ।