spot_img

Latest Posts

ମନ୍ତ୍ରୀମାନଙ୍କ କାର୍ଯ୍ୟଦକ୍ଷତାକୁ ଦେଖି ପ୍ରସ୍ତୁତ ହେବ ରିପୋର୍ଟ କାର୍ଡ

ଭୁବନେଶ୍ୱର: ଆସନ୍ତା ମେ’ ୨୯ରେ ନବୀନ ସରକାରର ପଞ୍ଚମ ପାଳିର ୨ବର୍ଷ ପୂର୍ତ୍ତି। ଏହି ଅବସରରେ ରାଜ୍ୟବାସୀଙ୍କୁ ସଫଳତାର ହିସାବ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ପୂର୍ବରୁ ମେ’ ୧୫ରୁ ୨୫ ତାରିଖ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ସବୁ ବିଭାଗର ସମୀକ୍ଷା କରିବେ। ସମୀକ୍ଷା ପରେ ମନ୍ତ୍ରୀମାନଙ୍କ କାର୍ଯ୍ୟଦକ୍ଷତାକୁ ଦେଖି ପ୍ରସ୍ତୁତ ହେବ ରିପୋର୍ଟ କାର୍ଡ। କେଉଁ ବିଭାଗ କେଉଁ କାମ କେତେ କରିଛି ? ୨ବର୍ଷ ମଧ୍ୟରେ ଲୋଙ୍କ ସ୍ୱାର୍ଥକୁ କେତେ ଗୁରୁତ୍ୱ ଦେଇଛନ୍ତି ମନ୍ତ୍ରୀ ? ନିର୍ବାଚନୀ ପ୍ରତିଶ୍ରୁତି କେତେ ପୂରଣ ହୋଇଛି ? କଥା ନୁହେଁ, କାମରେ ଆମ ସରକାର ବିଶ୍ୱାସ କରେ, ଏକଥାକୁ କେତେ ମାନିଛନ୍ତି ?

୨୦୧୯ରେ ବିଜେଡି ଇସ୍ତାହାର କେତେ ପାଳନ ହୋଇଛି ? ପ୍ରତି ବିଭାଗରେ ପ୍ରମୁଖ ୫ଟି ସଫଳତା କ’ଣ ? ଫାଇଭ୍‌- ଟି ଓ ମୋ ସରକାର ସବୁ ବିଭାଗରେ କେତେ କାର୍ଯ୍ୟକାରୀ ହୋଇଛି ? ଏ ସବୁର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ପାଖରେ ନିଜ ବିଭାଗର କାର୍ଯ୍ୟଧାରା ରଖିବା ପାଇଁ ମନ୍ତ୍ରୀମାନେ ପ୍ରସ୍ତୁତ ହେଲେଣି। ଲୋକଙ୍କ ପାଇଁ ଉତ୍ସର୍ଗୀକୃତ ସରକାରର ବାର୍ଷିକ ସମୀକ୍ଷାକୁ ମନ୍ତ୍ରୀ ସ୍ୱାଗତ କରିଛନ୍ତି।

ଗଣତନ୍ତ୍ରରେ ଜନତା ହେଉଛନ୍ତି ମାଲିକ। ଗଣତନ୍ତ୍ରରେ ଉତ୍ତର ଦାୟିତ୍ୱ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଓଡ଼ିଶାର ସାଢ଼େ ଚାରି କୋଟି ଲୋକ ଯେଉଁ ଦାୟିତ୍ୱ ଆମକୁ ଦେଇଛନ୍ତି ଓ ଆମେ ଯେଉଁ ପ୍ରତିଶ୍ରୁତି ଲୋକଙ୍କୁ ଦେଇଛୁ, ତାହା ପାଳନ କରିବାରେ ଆମେ କେତେ ସଫଳ ହୋଇଛୁ, ତା’ର ହିସାବ ଲୋକଙ୍କୁ ଦେବାକୁ ହେଵ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମାର୍ଚ୍ଚ ୧୫ରୁ ୨୫ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଓ ସଚିବଙ୍କ ଉପସ୍ଥିତିରେ ବିଭାଗ କାମର ସମୀକ୍ଷା କରିବେ। ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ରାଜ୍ୟରେ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦିଆଯାଉଥିବା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ କହିଛନ୍ତି ।

Latest Posts

Don't Miss