ରେପୋ ରେଟ୍‌କୁ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ

1 min read

ନୂଆଦିଲ୍ଲୀ: ଆର୍ଥିକ ନୀତିକୁ ନେଇ ରିଜର୍ଭ ବ୍ୟାଙ୍କର ବଡ଼ ଘୋଷଣା । ରେପୋରେଟ୍ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ । ଲଗାତାର ଷଷ୍ଠଥର ଲାଗି ରେପୋରେଟ୍‌ ଅପରିବର୍ତ୍ତିତ ରଖିବାକୁ ମନିଟାରୀ ପଲିସି କମିଟି ବୈଠକରେ ନିଷ୍ପତ୍ତି । ରେପୋରେଟ୍ ୪ପ୍ରତିଶତ ଓ ରିଭର୍ସ ରେପୋରେଟ୍‌ ୩.୩୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଲା RBI । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ମନିଟାରୀ ପଲିସି କମିଟି ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି । ୨୦୨୧-୨୨ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ୯.୫% ଟାର୍ଗେଟ ରଖାଯାଇଛି । ସେହିପରି ୨୦୨୧-୨୨ରେ CPI ମୁଦ୍ରାସ୍ଫିତି ୫.୭% ଧାର୍ଯ୍ୟ ରଖାଯାଯାଇଛି । କରୋନା ଦ୍ୱିତୀୟ ଲହର ପରେ ଦେଶର ଆର୍ଥିକ ସ୍ଥିତିରେ ସୁଧାର ଆସୁଛି ବୋଲି କହିଛନ୍ତି RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ।

ଏଥିସହିତ ପଢ଼ନ୍ତୁ: କୁସ୍ତିରେ ଭାରତ ପାଇଁ ବଢ଼ିଲା ପଦକ ଆଶା: ସେମିଫାଇନାଲରେ ବଜରଙ୍ଗ ପୁନିଆ

Leave a Reply