୧୧ରୁ ଖୋଲିବ ବୈଷୟିକ ବିଶ୍ୱବିଦ୍ୟାଳୟ, ଇଞ୍ଜିନିୟରିଂ ଏବଂ ଡିପ୍ଲୋମା କଲେଜ୍

Re-opening Of Technical Universities, Engineering and Professional Colleges

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ସୁଧୁରୁଥିବା ବେଳେ ଖୋଲୁଛି ଶିକ୍ଷାନୁଷ୍ଠାନ । ଦଶମ, ଦ୍ୱାଦଶ ସହ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବାକୁ ପୂର୍ବରୁ ଅନୁମତି ମିଳିସାରିଛି । ଏବେ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବାକୁ ଅନୁମତି ଦେଇଛି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ । ଆସନ୍ତା ୧୧ ତାରିଖ ଅର୍ଥାତ୍ ସୋମବାର ଠାରୁ ସମସ୍ତ ବୈଷୟିକ ବିଶ୍ୱବିଦ୍ୟାଳୟ, ଇଞ୍ଜିନିୟରିଂ ଏବଂ ଡିପ୍ଲୋମା କଲେଜ୍ ଖୋଲିବ ।

Re-opening Of Technical Universities, Engineering and Professional Colleges

କଲେଜ ଖୋଲିବାକୁ ଅନୁମତି ମିଳିଥିଲେ ମଧ୍ୟ ସମସ୍ତ ଛାତ୍ରଛାତ୍ରୀଙ୍କୁ କ୍ଲାସ୍ ଆସିବାକୁ ଅନୁମତି ମିଳିନାହିଁ । କେବଳ ପିଜି, ୟୁଜି ଏବଂ ଡିପ୍ଲୋମା ଶେଷବର୍ଷର ଛାତ୍ରଛାତ୍ରୀ କ୍ଲାସ ଆସିପାରିବେ । ଏଥିପାଇଁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଏସଓପି ଜାରି କରାଯାଇଛି । ସିଲାବସର ସମସ୍ତ ବିଷୟ ସାରିବାକୁ ନିୟମିତ କ୍ଲାସ୍ ହେବ । ଅନଲାଇନ୍ କ୍ଲାସ୍ ବି ହେବ ।

Re-opening Of Technical Universities, Engineering and Professional Colleges

ସମ୍ଭବ ହେଲେ କ୍ଲାସରୁମ୍ ପାଠପଢ଼ାର ଭିଡିଓ ରେକର୍ଡ କରି ଅନୁପସ୍ଥିତ ଶିକ୍ଷାର୍ଥୀଙ୍କୁ ପଠାଯିବ । କଣ୍ଟେନମେଣ୍ଟ ଜୋନରେ ଥିବା ଶିକ୍ଷକ, କର୍ମଚାରୀ, ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନ ଆସିବେ ନାହିଁ । ସମସ୍ତେ ଫେସ୍ ମାସ୍କ ପିନ୍ଧିବା ସହ ନିୟମିତ ବ୍ୟବଧାନରେ ସାନିଟାଇଜର ବ୍ୟବହାର କରିବେ । ଶ୍ରେଣୀଗୃହ, ଲାଇବ୍ରେରୀ, ଲାବ୍ରୋଟୋରୀରେ ପରସ୍ପର ମଧ୍ୟରେ ୬ ଫୁଟ୍ ଦୂରତା ରକ୍ଷା କରିବେ । ଶ୍ରେଣୀଗୃହରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମାଇ ବ୍ୟାଚରେ ବିଭକ୍ତ କରାଯିବ । ଆବଶ୍ୟକ ସ୍ଥଳେ ଶିକ୍ଷାଦାନ ସମୟ ବୃଦ୍ଧି କରାଯାଇ ପାରିବ ।

Reopening Of Technical Universities, Engineering and Professional Colleges

କ୍ୟାମ୍ପସରେ ଛେପ ପକାଇବା ମନା । କାଶିବା, ଛିଙ୍କିବା ବେଳେ କପଡ଼ାରେ ମୁହଁ, ନାକକୁ ଘୋଡ଼ାଇବାକୁ ପଡ଼ିବ । ଏହାଛଡ଼ା ଶେଷବର୍ଷର ଛାତ୍ରଛାତ୍ରୀଙ୍କ ଲାଗି କୋଭିଡ୍ ନିୟମ ମାନି ହଷ୍ଟେଲ ୧୦ ତାରିଖରୁ ଖୋଲିବ । ପରୀକ୍ଷା, ରବିବାର, ଜାନୁଆରୀ ୨୬, ସରସ୍ୱତୀ ପୂଜା (ଫେବ୍ରୁଆରୀ ୧୬) ଏବଂ ଉତ୍କଳ ଦିବସ (ଏପ୍ରିଲ ୧)କୁ ଛାଡ଼ି ସମସ୍ତ ଦିନ କ୍ଲାସ୍ ହେବ ।

Leave a Reply