ଘଣ୍ଟାକୁ ୩୦ ହଜାର ଟଙ୍କାରେ ଭଡ଼ାରେ ମିଳୁଛନ୍ତି ପ୍ରେମିକା, ଚୀନଠାରୁ ଭାରତର ଦାମ ଶସ୍ତା 

ନୂଆଦିଲ୍ଲୀ: ଆପଣ କମିଟମେଣ୍ଟ ରିଲେସନସିପ ଚାହୁଁନାହାନ୍ତି କି? ଯଦି ନା ତାହାଲେ ଆପଣଙ୍କ ପାଇଁ ରେଣ୍ଟ ଗର୍ଲଫ୍ରେଣ୍ଡ ପୂରାପୂରି ଫିଟ୍ । ଏବେ ଚାଲିଛି ଭାଲେଣ୍ଟାଇନ ଓ୍ବିକ୍ । ଏହି ଓ୍ବିକରେ ସିଙ୍ଗଲ ଥିବା ବ୍ୟକ୍ତି ନିଶ୍ଚୟ ମନଦୁଃଖ କରୁଥିବେ । ଭାବୁଥିବେ ଆମର ଗୋଟେ ଗର୍ଲଫ୍ରେଣ୍ଡ ଥାଆନ୍ତା କି । ତା’ ସହ ଭାଲେଣ୍ଟାଇନ ଡେ’ ସେଲିବ୍ରେଟ କରନ୍ତି । ଏପରି କିଛି ପୁରୁଷମାନଙ୍କ ପାଇଁ ଭଡ଼ାରେ ମିଳୁଥିବା ଗର୍ଲଫ୍ରେଣ୍ଡ ପୂରାପୂରି ଫିଟ୍ ।

୨୦୧୮ରେ ଏକ ଆପ୍ ଲଞ୍ଚ ହୋଇଥିଲା। ଏହାର ନାଁ ଥିଲା ‘ରେଣ୍ଟ ଏ ବୟ’। ଏହି ଆପ୍ ଲଞ୍ଚ ହେଲା ପରେ ଚାରିଆଡେ ଚର୍ଚ୍ଚା ହୋଇଥିଲା । ଏହି ଆପ୍ ଜରିଆରେ ଝିଅମାନେ ବୟଫ୍ରେଣ୍ଡ ବୁକ୍ କରିପାରିବେ । ଏହି ଆପ୍ ଲଞ୍ଚ ହେଲା ପରେ କରୋନା ଲକଡାଉନ୍ ହୋଇଯାଇଥିଲା । ଏହା ପରେ ଏହି ଚର୍ଚ୍ଚା ଧିମା ପଡ଼ି ଯାଇଥିଲା । କିନ୍ତୁ ଅତି ଶୀଘ୍ର ଗୁଗୁଲ ପ୍ଲେ ଷ୍ଟୋରରେ ଏକ ଲକ୍ଷରୁ ଅଧିକ ୟୁଜର୍ସ ହୋଇଗଲେ।

୨୦୨୨ ରେ ବେଙ୍ଗାଲୁରୁର ଯୁବକ ଯୁବତୀଙ୍କ ପାଇଁ ଦୁଇ ଯୁବକ ‘ଦି ବେଟର ଡେଟ’ ନାଁରେ ଆପ୍ ଲଞ୍ଚ କରିଛନ୍ତି । ଏଥିରେ ଭଡ଼ାରେ ପ୍ରେମିକା ମିଳୁଛନ୍ତି । ସେମିତି ‘ଟୟବୟ’ ନାଁରେ ମଧ୍ୟ ଏକ ପେର୍ଟାଲ ମଦ୍ୟ ବେଙ୍ଗାଲୁରୁରେ ଲଞ୍ଚ ହୋଇଛି । ଚାଇନାରେ ଏହି ଆପ ଜରିଆରେ ଗର୍ଲଫ୍ରେଣ୍ଡ ଅତି ସହଜରେ ମିଳୁଛନ୍ତି । ୩୦ ହଜାର ଟଙ୍କା ଦେଇ ଗର୍ଲଫ୍ରେଣ୍ଡ ବୁକ୍ କରୁଛନ୍ତି ଯୁବକ ।