ଏମ୍ସରେ ଭର୍ତ୍ତିହେଲେ ଅଭିଜିତ ମଜୁମଦାର ; ସ୍ବାସ୍ଥ୍ୟାବସ୍ଥା ଗମ୍ଭୀର ଥିବା ସୂଚନା

ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ବର ଏମ୍ସରେ ଭର୍ତ୍ତିହେଲେ ବିଶିଷ୍ଟ ସଙ୍ଗୀତକାର ଅଭିଜିତ ମଜୁମଦାର। ଭେଣ୍ଟିଲେଟର ସାହାଯ୍ୟରେ ତାଙ୍କୁ କଟକରୁ ଅଣାଯାଇ ଏମସରେ ଭର୍ତ୍ତି କରାଯାଇଛି । ତାଙ୍କୁ ଟ୍ରମାକେୟାରରେ ରଖାଯାଇ ଚିକିତ୍ସା ଆରମ୍ଭ କରିଛନ୍ତି ଡାକ୍ତର । ପରେ ତାଙ୍କୁ କ୍ରିଟିକାଲ ଆଇସିୟୁକୁ ସ୍ଥାନାନ୍ତର କରାଯିବ। ତାଙ୍କ ବ୍ରେନ୍ ରେ ସୋଡ଼ିଅମ୍ କମୁଥିବା ସୂଚନା ମିଳିଛି ।
ତାଙ୍କ ସହ ଅଛନ୍ତି ପରିବାର ଓ ଓଲିଉଡ ଅଭିନେତା ବାବୁସାନ। ଧୀରେ ଧୀରେ ଅଭିଜିତ ସୁସ୍ଥ ହେବେ ବୋଲି ଆଶାବ୍ୟକ୍ତ କରିଛନ୍ତି ଡାକ୍ତର। ଗୁରୁତର ଅସୁସ୍ଥ ହୋଇଥିବାରୁ ତାଙ୍କୁ ପ୍ରଥମେ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଶରୀରରେ ସୋଡିୟମର ମାତ୍ରା କମିଯିବାରୁ ତାଙ୍କର ଚିକିତ୍ସା କରାଯାଇଥିଲା।