ନୂଆବର୍ଷ ପୂର୍ବରୁ ଏ କାର କିଣିଲେ ୨.୫୦ ଲକ୍ଷ କମ ପଡ଼ିବ
1 min readନୂଆଦିଲ୍ଲୀ: ଡିସେମ୍ବର ମାସ ଚାଲିଛି । ଆଉ ଦିନ କେଇଟା ପରେ ଆସିଯିବ ନୂଆବର୍ଷ ୨୦୨୨ । ନୂଆବର୍ଷରେ ସମସ୍ତେ କିଛି ନୂଆ କରିବାକୁ ଯୋଜନା କରିଥାନ୍ତି । ଆପଣ ବି ନିଶ୍ଚିତ କରୁଥିବେ । ଆମେ ଆଜି ଏମିତି ଏକ ଅଫର୍ ବିଷୟରେ କହିବାକୁ ଯାଉଛି, ଗୋଟିଏ ବୁକିଂରେ ଆପଣ ବଞ୍ଚାଇ ପାରିବେ ୨.୫୦ ଲକ୍ଷ ଟଙ୍କା । ନୂଆବର୍ଷରେ ନୂଆ ଜିନିଷ କିଣା ହୋଇଯିବ ଓ ଆପଣ ଅଢେଇ ଲକ୍ଷ ଟଙ୍କା ସେଭିଂ କରିପାରିବେ । ଦମଦାର ଅଫର ନା । ତେବେ ବେଶି ଡେରି ନକରି ଆସନ୍ତୁ ଜାଣିବା କିଏ ଆଣିଛି ଏମିତି ମେଗା ଅଫର୍ ? କ’ଣ ଏହି ଅଫର୍ ? କ’ଣ ରହିଛି ଏଥିରେ ବିଶେଷତ୍ବ ?
ଆପଣ ଯଦି କାର୍ ସୌଖନୀ ତେବେ Renault Duster ଉପରେ ଥରେ ନଜର ପକାନ୍ତୁ । ନୂଆବର୍ଷରେ ପ୍ରାୟ ୨.୫୦ ଲକ୍ଷ ଟଙ୍କା ସେଭିଂର ଅଫର ନେଇ ଆସିଛି Renault Duster । ଡଷ୍ଟରର କିଛି ମଡେଲ ଉପରେ କମ୍ପାନୀ ୨.୫୦ ଲକ୍ଷ ଟଙ୍କାର ଲାଭ ଦେଉଛି । ହେଲେ ୩୧ ଡିସେମ୍ବର ସୁଦ୍ଧା ଆପଣଙ୍କୁ ବୁକ୍ କରିବାକୁ ପଡ଼ିବ Renault Duster ।
କେମିତି ମିଳିବ ୨.୫୦ ଲକ୍ଷ ?
କାର୍ ବୁକିଂରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ, ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ଓ ୩୦ ହଜାର ପର୍ଯ୍ୟନ୍ତ କର୍ପୋରେଟ ଡିସକାଉଣ୍ଟ ଅଫର ରହିଛି । ଏହାବାଦ Renault Dusterରେ ମିଳୁଛି ୧.୧୦ ଲକ୍ଷ ଟଙ୍କାର ସ୍ପେଶାଲ ଲୟାଲିଟି ବେନିଫିଟ୍ । ସ୍ପ୍ରାପପେଜ୍ ପ୍ରୋଗ୍ରାମ ଜରିଆରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଲାଭ ମିଳୁଛି । ସବୁକୁ ମିଶାଇଲେ ମୋଟ ୨.୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସେଭିଂ କରିପାରିବେ ।
ଇଞ୍ଜିନ ବିଶେଷତ୍ବ ?
କମ୍ପାକ୍ଟ ଏସୟୁବି Renault Dusterର ବଜାର ମୂଲ୍ୟ ୯.୮୬ ଲକ୍ଷ ଟଙ୍କା ରହିଛି । ଏଥିରେ ୫ଟି ସିଟ୍ ଓ ଦୁଇଟି ଇଞ୍ଜିନ ଅପ୍ସନ ରହିଛି । ପ୍ରଥମ ଇଞ୍ଜିନ ୧.୫ ଲିଟର ପେଟ୍ରୋଲ ୟୁନିଟ୍ (106PS/142Nm) ରହିଛି ଓ ଏହାକୁ 5 Speed MT ସହ ଯୋଡ଼ା ଯାଇଛି । ଦ୍ବିତୀୟ ଇଞ୍ଜିନ ୧.୩ ଲିଟର ଟର୍ବୋ ପେଟ୍ରୋଲ ୟୁନିଟ (156PS/254Nm) ଓ ଏହାକୁ 6 Speed MT ଓ 7 Step CVT ସହ ଯୋଡ଼ା ଯାଇଛି ।
କ’ଣ ରହିଛି ଅନ୍ୟ ବିଶେଷତ୍ବ ?
ଫିଚର୍ସ କଥା କହିବା ତ Renault Dusterରେ 7 ଇଞ୍ଚ ଟଚସ୍କ୍ରିନ୍ ଇନଫୋଟେନମେଣ୍ଟ ସିଷ୍ଟମର ଆଣ୍ଡ୍ରୋଏଡ ଅଟୋ ଓ ଆପଲ କାରପ୍ଲେ ରହିଛି । ୬ ସ୍ପିକର ଆକ୍ରମିସ୍ ସାଉଣ୍ଡ ସିଷ୍ଟମ ସହ ରିୟର ଏସି ଭେନେଟ ଅଟୋ କ୍ଲାଇମେଟ୍ କଣ୍ଟ୍ରୋଲ ରହିଛି । ପ୍ରୋଜେକ୍ଟର ହେଡଲାମ୍ପସ୍ ସହ ଡିଆରଏଲସ୍, ଇଞ୍ଜିନ ଆଇଡଲ ଷ୍ଟପ/ଷ୍ଟ୍ରାର୍ଟ ଏବଂ କେବିନ ପ୍ରି କୁଲିଂ ବ୍ୟବସ୍ଥା ରହିଛି । କମ୍ପାନୀ ଯାତ୍ରୀଙ୍କ ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ଦେଇଛି । ଏଥିରେ ଡୁଆଲ ଫ୍ରଣ୍ଟ ଏୟାରବ୍ୟାଗସ୍, ଏବିଏସ ସହ ଇବିଡି, ପାର୍କିଂ ସେନସର ଓ ଫ୍ରଣ୍ଟ ସିଟବେଲ୍ଟ ରିମାଇଣ୍ଡ ପରି ଷ୍ଟାଣ୍ଡାର୍ଡ ଫିଚର ରହିଛି ।
Renault Dusterର ମୁକାବିଲା Hyundai Creta, Nissan Terrano, Tata Harrier ଓ MG Hector ପରି କାର୍ ସହ କରାଯାଇଥାଏ ।