ନିଜର ଅତି ପ୍ରିୟ ମଣିଷଙ୍କୁ ଅଭିନବ ଉପାୟରେ ମନେ ପକାଇଲେ ସମରେନ୍ଦ୍ର

ବେତନଟୀ: ମନେ ପଡନ୍ତି ମିସାଇଲ୍ ମ୍ୟାନ୍ ତଥା ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏ. ପି.ଜେ ଅବଦୁଲ୍ଲ କଲାମ । ଆଜି ଅବଦୁଲ୍ଲ କଲାମଙ୍କ ଜନ୍ମ ଦିନ ଅବସରରେ ତାଙ୍କୁ ମନେ ପକାଉଛି ସାରା ଭାରତବର୍ଷ । ଏ ଦେଶ ଓ ଜାତି ପାଇଁ ତାଙ୍କର ଅବଦାନ ସବୁ ଦିନ ଅବିସ୍ମରଣୀୟ ହୋଇ ରହିବ । ନିଜର ଅତି ପ୍ରିୟ ମଣିଷଙ୍କୁ ଅଭିନବ ଉପାୟରେ ମନେ ପକାଇଛନ୍ତି ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକର ଆଗଡା ଗ୍ରାମର ସମରେନ୍ଦ୍ର ବେହେରା ।

ଗଛରେ ପ୍ରତିଛବି ଆଙ୍କି କଲାମଙ୍କୁ ମନେ ପକାଇଛନ୍ତି ସମରେନ୍ଦ୍ର । ପେଷାରେ ସମରେନ୍ଦ୍ର ଜଣେ ଅଧ୍ୟାପକ ହୋଇଥିବାବେଳେ ନିଶା ତାଙ୍କର ହେଉଛି ଚିତ୍ର ଅଙ୍କିବା । ତେଣୁ କଲାମଙ୍କ ସ୍ମୃତିରେ ବୃକ୍ଷରେ ପ୍ରତିଛବି ଆଙ୍କି ତାଙ୍କୁ ମନେପକାଇଛନ୍ତି ସମରେନ୍ଦ୍ର । ଏଭଳି ଉଦ୍ୟମ ପାଇଁ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ସମରେନ୍ଦ୍ର ।

୧୯୩୧ ମସିହା ଅକ୍ଟୋବର ୧୫ ତାରିଖରେ ରାମେଶ୍ୱରମରେ ଜନ୍ମ ଗ୍ରହଣ କରିଥିଲେ ଏ. ପି. ଜେ ଅବଦୁଲ୍ଲ କଲାମ । ଜଣେ ସୁଦକ୍ଷ ବୈଜ୍ଞାନିକ ଭାବେ ପରିଚୟ ଲାଭ କରିଥିବା କଲାମ ହୋଇଥିଲେ ଦେଶର ୧୧ତମ ରାଷ୍ଟ୍ରପତି . ଆଜି ତାଙ୍କ ଜନ୍ମ ଦିନ ଅବସରରେ ତାଙ୍କୁ ମନେ ପକାଉଛି ସାରା ଦେଶ ।

Leave a Reply