ରାହୁଲଙ୍କୁ ଟାର୍ଗେଟ କଲେ ଶରଦ ପାଓ୍ୱାର, କହିଲେ ୧୯୬୨ ଯୁଦ୍ଧକୁ ମନେପକାଅ……

1 min read

ଏନସିପି ମୁଖ୍ୟ ଶରଦ ପାଓ୍ୱାର ୧୯୬୨ର ଭାରତ-ଚୀନ ଯୁଦ୍ଧ କଥା ମନେ ପକାଇଛନ୍ତି । ଚେତାଇ ଦେଇଛନ୍ତି ଯେ ୧୯୬୨ ଯୁଦ୍ଧରେ ଭାରତର ଭୀଷଣ ଭାବେ ପରାଜୟ ହୋଇଥିଲା ତେଣୁ ଯୁଦ୍ଧକୁ ସମାଧାନ ଭାବେ ଦେଖିବାକୁ ଉଚିତ ନୁହେଁ । ଏଭଳି ମନ୍ତବ୍ୟ ରଖି ସେ ପରୋକ୍ଷରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି ।

ଭାରତ ଓ ଚାଇନା ମଧ୍ୟରେ ସୀମା ବିବାଦ ଜଟିଳ ହେବ ପରେ ଦେଶ ମଧ୍ୟରେ ଏହାକୁ ନେଇ ରାଜନୀତି ମଧ୍ୟ ତେଜିଛି । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ଦୋଷ ଦୁର୍ବଳତା ଖୋଜିବାରେ ବ୍ୟସ୍ତ ରହିଛନ୍ତି । ଚୀନ ଭାରତୀୟ ଜମିରେ ଧସେଇ ପଶିବାକୁ ଉଦ୍ୟମ କରିବା ପରେ ରାହୁଲ ପ୍ରଧାନମନ୍ତ୍ରୀ ମିଛ କହୁଥିବା ଓ ଚୀନ ଭାରତ ଜମି ଅକ୍ତିଆର କରିସାରିଥିବା ନେଇ ଅଭିଯୋଗ କରିଥିଲେ । ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ସତ କୁହନ୍ତି । ସମସ୍ତ ଦେଶ ଏକଜୁଟ ହୋଇ ଏହି ସମସ୍ୟାର ସମାଧାନ ଖାଜିବ  । ସେହିଭଳି ଚୀନ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ରାହୁଲ ସମର୍ଥନ କରିବା ସହ ପ୍ରଧାନମନ୍ତ୍ରୀ ଏନେଇ ଖୋଲି କରି ସତ କୁହନ୍ତୁ ବୋଲି ସେ ଅପିଲ କରିଥିଲେ ।  ତେବେ ରାହୁଲ ଗାନ୍ଧୀଙ୍କ କହିବା ଅନୁଯାୟୀ ଭାରତ ଚୀନ ହାତରେ ନିଜ ଜମିକୁ ଟେକି ସାରିଛି । କେବଳ ରାହୁଲ ନୁହେଁ ସୋନିଆ ଗାନ୍ଧୀ ମଧ୍ୟ ସମାନ ମନ୍ତବ୍ୟ ଦେଇଥିଲେ ।

ଏହାପରେ ପାଓ୍ୱାର ଏହି ପ୍ରସଙ୍ଗରେ ମତ ରଖି କହିଛନ୍ତି ଯେ ମୋତେ ଯୁଦ୍ଧ ନେଇ କୌଣସି ଆଶଙ୍କା ଦେଖାଯାଇ ନାହିଁ । ଗଲବାନରେ ଭାରତ ନିଜ ସୀମା ମଧ୍ୟରେ ରହି ଭିତ୍ତିଭୂମି କାର୍ଯ୍ୟ କରୁଥିଲା । ଆମେ ୧୯୬୨ ଯୁଦ୍ଧରେ କ’ଣ ଘଟିଥିଲା ତାହା ଆମେ ଭୁଲିବା ଉଚିତ୍ ନୁହେଁ । ଚୀନ ଭାରତର ୪୫ ହଜାର ହେକ୍ଟର ଜମି ଦଖଲ କରି ନେଇଥିଲା । ବର୍ତ୍ତମାନର ସ୍ଥିତି ସମ୍ପର୍କରେ ମୋତେ ଜଣାନାହିଁ । ଚୀନ ଭାରତର ଜମି ଅଧିଗ୍ରହଣ କରିଛି କି ନାହିଁ ସେ ନେଇ ମୋ ପାଖରେ ସ୍ପଷ୍ଟତା ନାହିଁ । କିନ୍ତୁ ଯୁଦ୍ଧ ଉପରେ ବିଚାର କଲା ବେଳେ ଆମକୁ ଇତିହାସକୁ ମନେ ପକାଇବା ଉଚିତ୍ ।

 

Leave a Reply