ଭୋଡାଫୋନ୍ ପ୍ଲାନ୍ ରେଟ୍ ବଢିଲା,ଜାଣନ୍ତୁ ଆପଣଙ୍କୁ କେତେ ପଡିବ ମହଙ୍ଗା ?

1 min read

ନୂଆଦିଲ୍ଲୀ: ଏୟାରଟେଲ ପରେ ରେଟ ବଢ଼ାଇଲା ଭେଡାଫୋନ ଓ ଆଇଡିଆ । ଭୋଡାଫୋନ ଆଇଡିଆ ପ୍ରିପେଡ ପ୍ଲସ ଟାରିଫ ୨୦ରୁ ୨୫ ପ୍ରତିଶତ ବୃଦ୍ଧି କରିଛି । ରେଟ ବଢ଼ିବା ନେଇ ଆଜି କମ୍ପାନୀ ଏକ୍ସଚେଞ୍ଜ ଫାଇଲିଙ୍ଗରେ ସୂଚନା ଦେଇଛି । ଏହି ନୂଆ ପ୍ଲାନ ୨୫ ନଭେମ୍ବରରୁ ଲାଗୁ ହେବ ବୋଲି କହିଛି କମ୍ପାନୀ । କମ୍ପାନୀ କହିଛି କି ଏହି ନୂଆ ପ୍ଲାନ ଦ୍ବାରା ଆଭରେଜ ରେଭିନ୍ୟୁ ପର ୟୁଜର୍ସ ପ୍ରକ୍ରିୟାରେ ସୁଧାର ଆସିବ । ଗତକାଲି ଭାରତୀ ଏୟାରଟେଲ ତାଙ୍କ ପ୍ରିପେଡ ପ୍ଲାନ ୨୫ ପ୍ରତିଶତ ବୃଦ୍ଧି କରିଛି ।

ଭୋଡାଫୋନ ଆଇଡିଆ ପାଖରେ ଡିସେମ୍ବରରେ ୨୭ କୋଟି ଓୟାରଲେସ ୟୁଜର୍ସ ଥିଲେ । ଏଥି ମଧ୍ୟରେ ଉଭୟ ପ୍ରିପେଡ ଓ ପୋଷ୍ଟପେଡ ୟୁଜର୍ସ ସାମିଲ ଅଛନ୍ତି । ତେବେ ଏହି ବଢ଼ିଥିବା ଟଙ୍କା ସବୁ ପ୍ରିପେଡ ୟୁଜର୍ସଙ୍କ ପାଇଁ ଲାଗୁ ହେବ । ଏୟାରଟେଲ ଓ ଭୋଡାଫୋନ ଆଇଡିଆ ପ୍ରିପେଡ ମୂଲ୍ୟ ବଢ଼ାଇବା ପରେ ଏବେ ରିଲିଆନ୍ସ ଜିଓ ବି ତାଙ୍କ ପ୍ରିପେଡ ପ୍ଲାନ ମହଙ୍ଗା ହୋଇପାରେ । ତେବେ ବର୍ତ୍ତମାନ ସୁଦ୍ଧା ଜିଓ ସବୁଠାରୁ ଶସ୍ତା ପ୍ଲାନ ଉପଭୋକ୍ତାଙ୍କୁ ଦେଉଛି ।

ଭୋଡାଫୋନ ଆଇଡିଆ ୟୁଜର୍ସଙ୍କୁ ଏବେ ୭୯ ଟଙ୍କାର ପ୍ଲାନ ପାଇଁ ୯୯ ଟଙ୍କା ଦେବାକୁ ପଡ଼ିବ । ସେହିପରି ଭାବରେ ଏକ ବର୍ଷ ପାଇଁ ଥିବା ଭ୍ୟାଲିଡିଟି ପ୍ଲାନ ୨୩୯୯ ଟଙ୍କା ବଦଳରେ ୨୮୯୯ ଟଙ୍କା ଦେବାକୁ ପଡ଼ିବ । ଏହି ପ୍ଲାନରେ ଉପଭୋକ୍ତାଙ୍କୁ ୫୦୦ ଟଙ୍କା ଅଧିକ ଦେବାକୁ ପଡ଼ିବ । ଅନ୍ୟପକ୍ଷରେ ଏୟାରଟେଲ ପାଖରେ ଇଣ୍ଟରନେଟ ସ୍ପିଡ ଏକ ବହୁତ ବଡ଼ ଚ୍ୟାଲେଞ୍ଜ । ବିଗତ କିଛି ମାସ ହେବ ଏୟାରଟେଲ ଡାଉନଲୋଡ ଓ ଅପଲୋଡ ସ୍ପିଡ ତାଙ୍କ କମ୍ପିଟେଟରଙ୍କଠାରୁ ବହୁତ ପଛରେ ରହିଛି । ରିଲିଆନ୍ସ ଜିଓ ଡାଉନଲୋଡ ଓ ଭୋଡାଫୋନ ଆଇଡିଆ ଅପଲୋଡ ସ୍ପିଡରେ ଲଗାତର ବାଜି ମାରିଛି । ଏୟାରଟେଲ ଲଗାତର ଭାବରେ ତୃତୀୟରେ ରହିଛି । ଅକ୍ଟୋବରରେ ଜିଓର ଆଭରେଜ 4G ଡାଉନଲୋଡ ସ୍ପିଡ 21.9 Mbps ରହିଥିଲା । ସେହିପରି ଭାବରେ ଭୋଡାଫୋନ ଆଇଡିଆର ଡାଉନଲୋଡ 15.6 Mbps ଓ ଏୟାରଟେଲ 4Gର ଡାଉନଲୋଡ ସ୍ପିଡ 13.2 Mbps ରହିଛି । ସେହି ପରି ଭାବରେ ଯଦି ଅପଲୋଡ କଥା କହିବା ଯଦି ତାହାଲେ ଏଥିରେ ଭୋଡାଫୋନ ଆଇଡିଆ, ଜିଓ ଓ ଏୟାରଟେଲକୁ ପଛରେ ପକାଇ ଦେଇଛି ।  VI 4G ଅପଲୋଡ ଆଭରେଜ ସ୍ପିଡ 7.6 Mbps ରହିଛି । ସେହିପରି ଭାବରେ ରିଲିଆନ୍ସ ଜିଓର ଅପଲୋଡ ସ୍ପିଡ 6.4 Mbps ରହିଥିବାବେଳେ ଏୟାରଟେଲ ଅପଲୋଡ ସ୍ପିଡ 5.2 Mbps ସହ ତୃତୀୟ ସ୍ଥାନରେ ରହିଛି ।

Leave a Reply