ହ୍ୱାଟ୍ସଆପରେ ଲଞ୍ଚ୍ ହେଲା ଜିଓ ମାର୍ଟ, ଏମିତି କରିପାରିବେ ଅର୍ଡର

1 min read

ନୂଆଦିଲ୍ଲୀ: ନିକଟରେ ଫେସବୁକ ରିଲାଏନ୍ସ ନେଇ ଏକ ବଡ଼ ଘୋଷଣା କରିଛି। ଫେସବୁକ୍ ଏବଂ ରିଲାଏନ୍ସ ମଧ୍ୟରେ ହୋଇଥିବା ଏହି ଡିଲ୍ ଅନୁଯାୟୀ ହ୍ୱାଟ୍ସଆପ୍ ଏବଂ ରିଲାଏନ୍ସ ଜିଓ ମଧ୍ୟରେ ଏକ ବ୍ୟବସାୟିକ ଏଗ୍ରିମେଣ୍ଟ ସାଇନ୍ କରାଯାଇଛି। ଏହା ଅନଲାଇନ୍ JioMart ପାଇଁ ହୋଇଛି । ରିପୋର୍ଟ ଅନୁସାରେ , ଜିଓମାର୍ଟ ବର୍ତ୍ତମାନ ଟ୍ରାଏଲ ବେସିସରେ ଲଞ୍ଚ କରାଯାଇଛି। ଏହା ରିଲାଏନ୍ସ ରିଟେଲର ଇ-କମର୍ସର ହେବ ଏବଂ ପ୍ରଥମେ ଏହା ମୁମ୍ବାଇରେ ଆରମ୍ଭ ହେବ ।

କରୋନା ଭୂତାଣୁ ବିସ୍ତାର ଯୋଗୁଁ ବର୍ତ୍ତମାନ ଦେଶରେ ଲକଡାଉନ୍ ଜାରି ରହିଛି । ଏଭଳି ପରିସ୍ଥିତିରେ ରିଲାଏନ୍ସର ଜିଓ ମାର୍ଟକୁ ବେଶ ଫାଇଦା ମିଳିବ ।  କେବଳ ସେତିକି ନୁହେଁ, ଜିଓମାର୍ଟ ହ୍ୱାଟ୍ସଆପ୍ ବେସ୍ଡ ଅନଲାଇନ୍ ପୋର୍ଟାଲ ହୋଇଥିବାରୁ ଏହାକୁ ହ୍ୱାଟ୍ସଆପ୍ ୟୁଜର୍ ବେସର ଲାଭ ମଧ୍ୟ ମିଳୁଛି । ଭାରତରେ ହ୍ୱାଟ୍ସଆପ୍ ର ୪୦୦ ମିଲିୟନ ୟୁଜର ଅଛନ୍ତି ଏବଂ ଲକଡାଉନ୍ ସମୟରେ ଏହି ଡିଲ୍ ଫାଇନାଲ ହୋଇଛି ।

ସୂଚନାଯୋଗ୍ୟ ଯେ, ରିଲାଏନ୍ସ ଅନ୍ୟ ରାଜ୍ୟରେ ମଧ୍ୟ ଏହାର ପାଇଲଟ୍ ରନ୍ ଆରମ୍ଭ କରିପାରେ । ଜିଓ ମାର୍ଟକୁ ଆଗକୁ ବଢାଇବା ପାଇଁ ହ୍ୱଟ୍ସଆପ୍ ଏକ ଗୁରୁତ୍ୱପୂର୍ଣ୍ଣ ଆପ୍  ।

JioMart ବ୍ୟବହାର କରିବା ପାଇଁ, ଗ୍ରାହକମାନଙ୍କୁ ପ୍ରଥମେ ମୋବାଇଲରେ 8850008000 ନମ୍ବର ସେଭ୍ କରିବା ଆବଶ୍ୟକ । ଜିଓ ମାର୍ଟର ଗ୍ରାହକଙ୍କୁ ଏକ ଲିଙ୍କ୍ ଦିଆଯିବ ଯେଉଁଠାରୁ ଅର୍ଡର କରାଯାଇପାରିବ ।  ରିଲାଏନ୍ସ ଏହାକୁ ଦେଶର ନୂତନ ଷ୍ଟୋର୍ ବୋଲି କହୁଛି ଏବଂ କମ୍ପାନୀ ଏହି ପ୍ଲାଟଫର୍ମରେ ଲକ୍ଷ ଲକ୍ଷ ଗ୍ରୋସରୀ ଷ୍ଟୋର୍‌ ରଖିଛି। ଏବେ ଏହି ସେବା ମୁମ୍ବାଇ,ଥାନେ, ଓ କଲ୍ୟାଣରେ ଉପଲବ୍ଧ ଅଛି ।

Leave a Reply