ଚିକିତ୍ସା ଅବହେଳା ଅଭିଯୋଗ କରି ଡାକ୍ତରଙ୍କ ସହ ୪ କର୍ମଚାରୀଙ୍କୁ ଆକ୍ରମଣ

କଟକ: ବଡ଼ମ୍ବା ନରସିଂହପୁର କାନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବିଳମ୍ବିତ ରାତ୍ରିରେ ଭଙ୍ଗାରୁଜା । ଡ଼ାକ୍ତରଙ୍କ ସମେତ ୪ ଜଣ କର୍ମଚାରୀଙ୍କୁ ଆକ୍ରମଣ ହୋଇଛି । ୧୦୨ ଆମ୍ବୁଲାନ୍ସ ଓ ମେଡିକାଲ କାଚ ଭାଙ୍ଗିଲେ ଦୁର୍ବୃତ୍ତ । ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ ଅଞ୍ଚଳର ଲୋକେ ରୋଗୀଙ୍କୁ ଧରି କାନପୁର ମେଡିକାଲକୁ ଆସିଥିଲେ ।

ଡାକ୍ତର ଚିକିତ୍ସା କରିବା ପୂର୍ବରୁ ହଠାତ ରୋଗୀଙ୍କ ସମ୍ପର୍କୀୟ ଉତ୍ତ୍ୟକ୍ତ ହୋଇ ଡାକ୍ତରଙ୍କ ସମେତ ସିକ୍ୟୁରିଟି ଗାର୍ଡ, କମ୍ପାଉଣ୍ଡର ଓ ଅନ୍ୟ କର୍ମଚାରୀଙ୍କ ମାଡ଼ ମାରିଥିଲେ । ଏପରିକି ପଥରରେ ମେଡିକାଲ ଭିତରେ ଥିବା ଚାମ୍ବର କାଚ ଭାଙ୍ଗି ଦେଇଥିଲେ । ଏନେଇ କାନପୁର ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରୁଛି ।