spot_img

Latest Posts

ତାଲିବାନ ଅକ୍ତିଆରକୁ ଆଫଗାନିସ୍ତାନ ଯିବା ପରେ ଭାରତ ସହ ତୁଟିଲା ସମ୍ପର୍କ

ନୂଆଦିଲ୍ଲୀ: ଭାରତ ଆଫଗାନିସ୍ତାନ ମଧ୍ୟରେ ଥିବା ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କରେ ଫାଟ। ଆଫଗାନିସ୍ତାନ ତାଲିବାନ ଅକ୍ତିଆରକୁ ଯିବା ପରେ ଭାରତ ସହ ସମସ୍ତ ପ୍ରକାରର ବ୍ୟବସାୟିକ ସମ୍ପର୍କଚ୍ଛିନ୍ନ କରିଛି। ରବିବାର ଠାରୁ ଭାରତ ଓ ଆଫଗାନ ମଧ୍ୟରେ ସମସ୍ତ ପ୍ରକାରର ଆମଦାନୀ- ରପ୍ତାନୀ ଉପରେ ରୋକ ଲାଗିଛି। ତାଲିବାର ଭାରତ ସହ ସମସ୍ତ ପ୍ରକାର ଆମଦାନୀ, ରପ୍ତାନୀରେ ରୋକ ଲଗାଇଛି ବୋଲି ଫେଡେରେସନ ଅଫ୍ ଇଣ୍ଡିଆ ଏକ୍ସପୋର୍ଟ ଅର୍ଗାନାଇଜେସନର ଡ. ଅଜୟ ସହାୟ ଏହି ସୂଚନା ଦେଇଛନ୍ତି।

ପାକିସ୍ତାନ ରୁଟ୍‌ ଦେଇ ଭାରତ-ଆଫଗାନିସ୍ତାନ ମଧ୍ୟରେ ଆମଦାନୀ, ରପ୍ତାନୀ ହୋଇଥାଏ। ହେଲେ ଏବେ ତାଲିବାନ ପାକିସ୍ତାନର ଟ୍ରାଞ୍ଜିଟ ରୁଟ୍‌ ଦେଇ ଚଳାଚଳ କରୁଥିବା କାରଗୋଗୁଡ଼ିକ ଉପରେ ରୋକ ଲଗାଇଛି। ଯାହାଫଳରେ ଏକ୍ସପୋର୍ଟ-ଇମପୋର୍ଟରେ ବାଧା ସୃଷ୍ଟି ହୋଇଛି। ତାଲିବାନର ସମସ୍ତ ସ୍ଥିତି ଉପରେ ଭାରତ ନଜର ରଖିଛି ବୋଲି ଡ. ସହାୟ କହିଛନ୍ତି। ୨୦୨୧ରେ ଆଫଗାନିସ୍ତାନକୁ ୮୩୫ ନିୟୁତ ଡଲାର ପରିମାଣର ସାମଗ୍ରୀ ରପ୍ତାନୀ ହେବା ଲକ୍ଷ୍ୟରହିଛି। ତେବେ ପରିବହନ ବନ୍ଦ ହୋଇଯିବା ଯୋଗୁଁ ବ୍ୟାପକ କ୍ଷତିର ସାମ୍ନା କରିବ ଭାରତ।

Latest Posts

Don't Miss