ମାତ୍ର ୬୧ ଟଙ୍କା ରିଚାର୍ଜରେ ମିଳିବ ଜିଓ ୫ଜି ଇଣ୍ଟରନେଟ ସୁବିଧା

1 min read

ନୂଆଦିଲ୍ଲୀ: ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ପକ୍ଷରୁ ଦେଶରେ ୫ ଜି ଇଣ୍ଟରନେଟ୍ ସେବା ଆରମ୍ଭ ହୋଇଛି। ଜିଓ ବ୍ୟବହାରକାରୀଙ୍କ ପାଇଁ କମ୍ପାନୀ ଏକ ଖୁସି କବର ଆଣିଛି। ଜିଓ ୫ଜିର ନୂଆ ରିଚାର୍ଜ ପ୍ଲାନ ଘୋଷଣା । ଏଣିକି ମାତ୍ର ୬୧ ଟଙ୍କା ରିଚାର୍ଜରେ ବ୍ୟବହାରକାରୀମାନେ ୫ ଜି ଇଣ୍ଟରନେଟ୍ ସେବାର ଲାଭ ଉଠାଇପାରିବେ । କମ୍ପାନୀ ଏହି ପ୍ଲାନ ସେହି ବ୍ୟବହାରୀଙ୍କ ପାଇଁ ଘୋଷଣା କରିଛି ଯେଉଁମାନେ ୫ଜିକୁ ଅପଗ୍ରେଡ କରିବାକୁ ଚାହୁଁଛନ୍ତି ।

ସୂଚନା ମୁତାବକ, ଭାରତୀୟ ଟେଲିକମ୍ କମ୍ପାନୀ ଏୟାରଟେଲ ଏବଂ ଜିଓ ପୂର୍ବ ବର୍ଷ ଦେଶରେ କିଛି ପ୍ରମୁଖ ସହରରେ ୫ଜି ନେଟୱାର୍କର ଶୁଭାରମ୍ଭ କରିଥିଲେ । ଏହାପରେ ଏହି ୨ଟି ଟେଲିକମ୍ କମ୍ପାନୀ ଲଗାତାର ଭାବରେ ଦେଶରେ ୫ ଜି ନେଟୱାର୍କର ବିସ୍ତାର କରୁଛନ୍ତି । ରିଲାଏନ୍ସ ଜିଓ ୫ ଜି ନେଟୱାର୍କ ଷ୍ଟାଣ୍ଡ-ଏଲୋନ ଟେକ୍ନୋଲୋଜି ଉପରେ ଆଧାରିତ ଥିବାବେଳେ ଭାରତୀ ଏୟାରଟେଲ ତାର ୪ଜି ନେଟୱାର୍କ ଭିତ୍ତିଭୂମିର ସାହାର୍ଯ୍ୟ ନେଇ ୫ ଜିର ବିସ୍ତାର କରୁଛି ।

୪ ଜି ତୁଳାନାରେ ୫ ଜିର ଇଣ୍ଟରନେଟ୍ ସ୍ପିଡ ୩୦ ରୁ ୪୦ ଗୁଣା ଅଧିକ ଥିବା ବେଳେ ଉନ୍ନତମାନର କଲିଂ ସୁବିଧା ମିଳିବ ବୋଲି ଟେଲିକମ କମ୍ପାନୀ ପକ୍ଷରୁ ଦାବି ହୋଇଛି। ରିଲାଏନ୍ସ ଜିଓର ଅଧିକାଂଶ ପ୍ଲାନ୍ ୫ଜି ବିଶିଷ୍ଟ ହୋଇଥାଏ । କିନ୍ତୁ ଯେଉଁ ପ୍ଲାନ୍ ୫ ଜିକୁ ସପୋର୍ଟ୍ କରନ୍ତି ନାହିଁ ସେଥିପାଇଁ କମ୍ପାନୀ ୬୧ ଟଙ୍କାର ପ୍ଲାନ୍ ଆଣିଛି । ରିଲାଏନ୍ସ ଏପର୍ଯ୍ୟନ୍ତ ୫ ଜି ପାଇଁ ଅଲଗା କୌଣସି ପ୍ଲାନ୍ ଲଂଚ୍ କରିନାହିଁ । କିନ୍ତୁ କମ୍ପାନୀ କିଛି ରିଚାର୍ଜ୍ ପ୍ଲାନରେ ୟୁଜର୍ସଙ୍କୁ ୫ ଜି ସୁବିଧା ଦେଉଛି । ଅର୍ଥାତ୍ ଏହି ସବୁ ପ୍ଲାନରେ ଆପଣଙ୍କୁ ୫ ଜି ଇଣ୍ଟରନେଟର ଲାଭ ମିଳିବ

ରିଲାଏନ୍ସ ଜିଓର ୬୧ଟଙ୍କା ରିଚାର୍ଜ ପ୍ଲାନରେ ୬ ଜିବିର ଡାଟା ଉପଲବ୍ଧ ରହିବ । ଏହା ଏକ ଡାଟା ଭାଉଚର ପ୍ଲାନ ଅଟେ । ଏହି ଡାଟା ଭାଉଚରର କୌଣସି ବୈଧତା ନଥିବା ବେଳେ ଏହି ଭାଉଚରର ଲାଭ ଆପଣମାନେ ୧୧୯, ୧୪୯, ୧୭୯, ୧୯୯ ଏବଂ ୨୦୯ ଟଙ୍କା ପ୍ଲାନରେ ପାଇପାରିବେ ।