spot_img

Latest Posts

ଦିନେ ସୁଟିଂ ବେଳେ ବେହୋସ ହୋଇଯାଇଥିଲେ, ଏବେ ୭୨ ବର୍ଷରେ ବି ଆକ୍ଟିଭ

ନନ୍ଦିଘୋଷ ବ୍ୟୁରୋ: ଆଜି ବି ରେଖାଙ୍କ ପଛରେ ପାଗଳ ବହୁ ପ୍ରଶଂସକ । କମିନି ୮୦ ଦଶକର ସୁନ୍ଦର ଅଭିନେତ୍ରୀ ରେଖାଙ୍କ ଜଲୱା ତେବେ ଆଜି ୭୨ ବର୍ଷରେ ପାଦ ଥାପିଛନ୍ତି ଅଭିନେତ୍ରୀ । ଆଜି ବି ପ୍ରଂଶସକଙ୍କ ହୃଦୟରେ ରାଜ କରୁଛନ୍ତି ଏହି ଚୁଲବୁଲି ନାୟିକା । ୧୯୫୪ ମସିହା ଅକ୍ଟୋବର ୧୦ ଚେନ୍ନାଇଠାରେ ରେଖାଙ୍କ ଜନ୍ମ । ୧୯୬୯ ମସିହାରେ ଚଳଚ୍ଚିତ୍ର ‘ଅଞ୍ଜନା ସଫର’ରୁ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ ରେଖା । ସେତେବେଳେ ତାଙ୍କୁ ମାତ୍ର ୧୫ ବର୍ଷ ହୋଇଥିଲା । ନିଜର ଲମ୍ବା କ୍ୟାରିୟର ଭିତରେ ରେଖା ଦର୍ଶକଙ୍କୁ ଭେଟି ଦେଇଛନ୍ତି ବହୁ ହିଟ୍ ଫିଲ୍ମ । ବର୍ତ୍ତମାନ ସୁଦ୍ଧା ସେ ୨୦୦ରୁ ଅଧିକ ଚଳଚ୍ଚିତ୍ରରେ କାମ କରିସାରିଛନ୍ତି ।

ରେଖାଙ୍କ ପ୍ରକୃତ ନାମ ଭାନୁରେଖା ଗଣେଶନ୍ ଅଟେ । ବଲିଉଡ଼ରେ ଏଣ୍ଟ୍ରି କରିବା ପରେ ଅଭିନେତ୍ରୀ ନିଜ ନାମ ପରିବର୍ତ୍ତନ କରି ରେଖା ରଖିଥିଲେ । ଗତ ୪ ଦଶନ୍ଧି ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ ରାଜ କରୁଥିବା ରେଖା ବଲିଉଡ଼ର ବହୁ ଟପ୍ ଅଭିନେତାଙ୍କ ସହ ମଧ୍ୟ କାମ କରିଛନ୍ତି । ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ସହ ତାଙ୍କ ଯୋଡ଼ିକୁ ବେଶ ପସନ୍ଦ କରୁଥିଲେ ଦର୍ଶକ । ଏକଦା ଉଭୟଙ୍କ କଳାକାରଙ୍କ ମଧ୍ଯରେ ଗଢି ଉଠିଥିବା ପ୍ରେମ ସମ୍ପର୍କ ଚର୍ଚ୍ଚାରେ କେନ୍ଦ୍ର ବିନ୍ଦୁ ପାଲଟିଥିଲା । ମାତ୍ର ୧୫ ବର୍ଷ ବୟସରେ ଫିଲ୍ମ ‘ଅଞ୍ଜନା ସଫର’ରୁ କ୍ୟାରିୟର ଆରମ୍ଭ କରିଥିବା ରେଖା ତାଙ୍କ ପ୍ରଥମ ଚୁମ୍ବନ ସିନ୍ ସୁଟ୍ ପରେ ବେହୋସ ହୋଇଯାଇଥିଲେ । ବାସ୍ତବରେ, ରେଖା ଏହି ଫିଲ୍ମରେ ବିଶ୍ୱଜିତ ଚାଟାର୍ଜୀଙ୍କ ସହ ୫ ମିନିଟର ଏକ ଚୁମ୍ବନ ସିନ୍ ସୁଟ କରିଥିଲେ, ଯାହାକୁ ନେଇ ସେତେବେଳେ ଚର୍ଚ୍ଚା ଜୋର ଧରିଥିଲା । ଏହି ସିନ୍ ର ସୁଟିଂ ବେଳେ ରେଖା ନର୍ଭସ ହୋଇଯାଇଥିଲେ । ଫଳରେ ତାଙ୍କୁ ବାରମ୍ବାର ରିଟେକ୍ ନେବାକୁ ପଡୁଥିଲା । ସୁଟିଂ ସରିବା ପରେ ରେଖା ବେହୋସ ହୋଇଯାଇଥିଲେ।

ଅନ୍ୟପଟେ ସିଙ୍ଗଲ ରେଖାଙ୍କ ମୁଣ୍ତରେ ସିନ୍ଦୂର ଅନେକ ଲୋକଙ୍କ ମନରେ ଦ୍ୱନ୍ଦ୍ୱରେ ସୃଷ୍ଟି କରିଥାଏ। କେହି କେହି ତାଙ୍କୁ ବିବାହିତ ବୋଲି ଭାବୁଥିବା ବେଳେ ଆଉ କେହି ରେଖା ଅମିତାଭ ବଚ୍ଚନଙ୍କ ନାଁର ସିନ୍ଦୂର ପିନ୍ଧୁଥିବା କହିଥାଆନ୍ତି । ବାସ୍ତବରେ, ଏକ ସାକ୍ଷାତକାର ରେଖା କହିଥିଲେ, ‘ସେ କାହା ନାମରେ ସିନ୍ଦୂର ପନ୍ଧିନ୍ତି ନାହିଁ । ମେକଅପ୍ କରିବା ସହ ସିନ୍ଦୂର ଲାଗଇବା ତାଙ୍କୁ ପସନ୍ଦ । ଫ୍ୟାଶନ ଯୋଗୁଁ ସେ ସିନ୍ଦୂର ଲଗାଇଥାଆନ୍ତି’ ।

Latest Posts

Don't Miss