ବିପର୍ଯ୍ୟୟ ଜନିତ ସାମ୍ଭାବ୍ୟ କ୍ଷୟକ୍ଷତି କମାଇବା ପାଇଁ ଦୁଇ ଦିନିଆ ଆଞ୍ଚଳିକ କର୍ମଶାଳା ଅନୁଷ୍ଠିତ

ଭୁବନେଶ୍ୱର: ବିପର୍ଯ୍ୟୟ ଜନିତ ସାମ୍ଭାବ୍ୟ କ୍ଷୟକ୍ଷତି କମାଇବା ନେଇ ଭୁବନେଶ୍ୱରରେ ଦୁଇ ଦିନିଆ ଆଞ୍ଚଳିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜାତୀୟ ବିପର୍ଯ୍ୟୟ ପରିଚାଳନା ଓ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ କର୍ମଶାଳା ଅନୁଷ୍ଠିତ ହୋଇଛି । ଏଥିରେ ଆନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ଼, ପଶ୍ଚିମବଙ୍ଗ ଓ ଓଡ଼ିଶାରେ ବନ୍ୟା, ବାତ୍ୟା, ଭୂମିକମ୍ପ, ଜରୁରୀକାଳୀନ କ୍ଷୟକ୍ଷତି ପରିଚାଳନାରେ ଜିଓଗ୍ରାଫିକ ଇନଫର୍ମେସନ୍‌ ସିଷ୍ଟମ ବା ଜିଆଇଏସର ଭୂମିକା ନେଇ ଆଲୋଚନା ହେଉଛି । କର୍ମଶାଳାରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସଦସ୍ୟ ଜି.ଭି.ଭି. ଶର୍ମା, କେନ୍ଦ୍ର ଜଳସଂପଦ ସଚିବ ୟୁପି ସିଂହ ଓ ଏସଆରସି ପ୍ରମୁଖ ଯୋଗ ଦେଇଛନ୍ତି ।

Leave a Reply