ଶ୍ରୀଲଙ୍କା ସଙ୍କଟ ବେଳେ ଭାରତରେ ସୃଷ୍ଟି ହୋଇଛି ଶରଣାର୍ଥୀ ସ୍ଥିତି

1 min read

ନୂଆଦିଲ୍ଲୀ: ଭାରତର ପଡ଼ୋଶୀ ଦେଶ ଶ୍ରୀଲଙ୍କାରେ ରାଜନୈତିକ ଓ ଅର୍ଥନୈତିକ ଅସ୍ଥିରତା ମଧ୍ୟରେ ଭାରତର ଚିନ୍ତା ବଢ଼ିଯାଇଛି । ପାକିସ୍ତାନରେ ISIS ସଙ୍କଟ ମଧ୍ୟ ବଢ଼ିଯାଇଛି ।  ଏସିଆରେ ବିବାଦ ଚାଲିଥିବାବେଳେ  ଚାଇନା ପରମାଣୁ ଶକ୍ତି ବୃଦ୍ଧି କରୁଛି ।  ନେପାଳରେ ମଧ୍ୟ  ବିଦେଶୀ ମୂଦ୍ରା ଭଣ୍ଡାରରେ ଅଭାବ ଯୋଗୁଁ  ଦରକାରୀ ସାଗ୍ରୀ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏଭଳି ସ୍ଥିତିରେ ଶ୍ରୀଲଙ୍କା ସଙ୍କଟ ମୁଣ୍ଡବ୍ୟଥାର କାରଣ ପାଲଟିଛି ।

ଗୋଟିଏ ପଟେ ଭାରତ ଶ୍ରୀଲଙ୍କାକୁ ସହାୟତାର ହାତ ବଢ଼ାଇଥିବା ବେଳେ ଅନ୍ୟପଟେ ଶ୍ରୀଲଙ୍କାବାସୀ ଗତ ଦୁଇ ସପ୍ତାହ ହେବ ଜୀବନ ବଞ୍ଚାଇବା ପାଇଁ ଭାରତରେ ଶରଣ ନେବାକୁ ଚାହୁଁଛନ୍ତି ।  ସମୁଦ୍ର ପଥ ଦେଇ ଶ୍ରୀଲଙ୍କାର କିଛି ଲୋକ ଭାରତ ଆସି ତାମିଲନାଡୁରେ ଶରଣ ନେଲେଣି ।

ଏବେ ଶ୍ରୀଲଙ୍କାର ସ୍ଥିତି ଏତେଶୀଘ୍ର ସୁଧୁରିବ ନାହିଁ ।  ଏଥିପାଇଁ ଯଥେଷ୍ଟ ସମୟ ଲାଗିବ । ବର୍ତ୍ତମାନର ସ୍ଥିତିକୁ ନଜର ଦେଲେ ଜଣାପଡ଼ୁଛି ୧୯୮୩ରୁ ୨୦୦୯ ମଧ୍ୟରେ ସିଭିଲ ଓ୍ୱାର ସମୟରେ ସୃଷ୍ଟି ହୋଇଥିବା ସ୍ଥିତି ପୁଣିଥରେ ସୃଷ୍ଟି ହେବ ।  ସେହି ସମୟରେ ୧.୬ ମିଲିଅନ ଶ୍ରୀଲାଙ୍କାବାସୀ ଭାରତରେ ଶରଣ ନେଇଥିଲେ ।

ଗୋଟିଏ ପଟେ ଶ୍ରୀଲଙ୍କାର ଲୋକ ଭାରତ ଆସିବାକୁ ଉଦ୍ୟମ କରୁଥିବାବେଳେ ଶ୍ରୀଲଙ୍କା ସୈନ୍ୟ ତାଙ୍କୁ ଅଟକାଇବାକୁ ଚେଷ୍ଟା କରୁଛନ୍ତି ।