ଶ୍ରୀଲଙ୍କା ସଙ୍କଟ ବେଳେ ଭାରତରେ ସୃଷ୍ଟି ହୋଇଛି ଶରଣାର୍ଥୀ ସ୍ଥିତି
1 min readନୂଆଦିଲ୍ଲୀ: ଭାରତର ପଡ଼ୋଶୀ ଦେଶ ଶ୍ରୀଲଙ୍କାରେ ରାଜନୈତିକ ଓ ଅର୍ଥନୈତିକ ଅସ୍ଥିରତା ମଧ୍ୟରେ ଭାରତର ଚିନ୍ତା ବଢ଼ିଯାଇଛି । ପାକିସ୍ତାନରେ ISIS ସଙ୍କଟ ମଧ୍ୟ ବଢ଼ିଯାଇଛି । ଏସିଆରେ ବିବାଦ ଚାଲିଥିବାବେଳେ ଚାଇନା ପରମାଣୁ ଶକ୍ତି ବୃଦ୍ଧି କରୁଛି । ନେପାଳରେ ମଧ୍ୟ ବିଦେଶୀ ମୂଦ୍ରା ଭଣ୍ଡାରରେ ଅଭାବ ଯୋଗୁଁ ଦରକାରୀ ସାଗ୍ରୀ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏଭଳି ସ୍ଥିତିରେ ଶ୍ରୀଲଙ୍କା ସଙ୍କଟ ମୁଣ୍ଡବ୍ୟଥାର କାରଣ ପାଲଟିଛି ।
ଗୋଟିଏ ପଟେ ଭାରତ ଶ୍ରୀଲଙ୍କାକୁ ସହାୟତାର ହାତ ବଢ଼ାଇଥିବା ବେଳେ ଅନ୍ୟପଟେ ଶ୍ରୀଲଙ୍କାବାସୀ ଗତ ଦୁଇ ସପ୍ତାହ ହେବ ଜୀବନ ବଞ୍ଚାଇବା ପାଇଁ ଭାରତରେ ଶରଣ ନେବାକୁ ଚାହୁଁଛନ୍ତି । ସମୁଦ୍ର ପଥ ଦେଇ ଶ୍ରୀଲଙ୍କାର କିଛି ଲୋକ ଭାରତ ଆସି ତାମିଲନାଡୁରେ ଶରଣ ନେଲେଣି ।
ଏବେ ଶ୍ରୀଲଙ୍କାର ସ୍ଥିତି ଏତେଶୀଘ୍ର ସୁଧୁରିବ ନାହିଁ । ଏଥିପାଇଁ ଯଥେଷ୍ଟ ସମୟ ଲାଗିବ । ବର୍ତ୍ତମାନର ସ୍ଥିତିକୁ ନଜର ଦେଲେ ଜଣାପଡ଼ୁଛି ୧୯୮୩ରୁ ୨୦୦୯ ମଧ୍ୟରେ ସିଭିଲ ଓ୍ୱାର ସମୟରେ ସୃଷ୍ଟି ହୋଇଥିବା ସ୍ଥିତି ପୁଣିଥରେ ସୃଷ୍ଟି ହେବ । ସେହି ସମୟରେ ୧.୬ ମିଲିଅନ ଶ୍ରୀଲାଙ୍କାବାସୀ ଭାରତରେ ଶରଣ ନେଇଥିଲେ ।
ଗୋଟିଏ ପଟେ ଶ୍ରୀଲଙ୍କାର ଲୋକ ଭାରତ ଆସିବାକୁ ଉଦ୍ୟମ କରୁଥିବାବେଳେ ଶ୍ରୀଲଙ୍କା ସୈନ୍ୟ ତାଙ୍କୁ ଅଟକାଇବାକୁ ଚେଷ୍ଟା କରୁଛନ୍ତି ।