କୋଲ୍ ସେକ୍ଟରରେ ବଡ଼ ସୁଧାର, କମର୍ସିଆଲ ମାଇନିଂ ପାଇଁ ଅନୁମତି ଦେବେ ମୋଦି ସରକାର  

GST Council Meet 20000 Crores Disbursed To States Late Night

ନୂଆଦିଲ୍ଲୀ:  କରୋନା ସଂକଟ ମଧ୍ୟରେ ଆସିଥିବା ଆର୍ଥିକ ସଂକଟରୁ ଦେଶକୁ ମୁକୁଳାଇବା ପାଇଁ ଭାରତ ସରକାର ୨୦ ଲକ୍ଷ କୋଟି ଟଙ୍କାରେ ପ୍ୟାକେଜ୍ ଘୋଷଣା କରିଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଏହି ପ୍ୟାକେଜର ଚତୁର୍ଥ କିସ୍ତି ବାବଦରେ ସୂଚନା ଦେଇଛନ୍ତି ।

ଏହି କ୍ରମରେ  କୋଇଲା କ୍ଷେତ୍ରରେ କମର୍ସିଆଲ ମାଇନିଂ ପାଇଁ ସରକାର ଅନୁମତି ଦେବେ ବୋଲି ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି । ଏହା ଦ୍ୱାରା କୋଇଲା ଖନନ କ୍ଷେତ୍ରରେ ସରକାରଙ୍କ ଏକାଧିକାର ଶେଷ ହେବ । ଫଳରେ ମାଇନିଂ ସେକ୍ଟରରେ ଘରୋଇ ନିବେଶ ବୃଦ୍ଧି ପାଇବ ।ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ, ଆମକୁ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ପାଇଁ ପ୍ରସ୍ତୁତ ରହିବାକୁ ପଡିବ । ଖଣିଜ ସେକ୍ଟରରେ ବିକାଶର ସୁଯୋଗ ରହିଛି ।  ୫୦୦ ମାଇନିଂ ବ୍ଲକର ନିଲାମି କରାଯିବ । ଏହାସହ ମାଇନିଂ ଲିଜର ମଧ୍ୟ ଟ୍ରାନ୍ସଫର ହେବ । ନୂଆ ଚମ୍ପିଆନ୍ ସେକ୍ଟରକୁ ବୁଷ୍ଟ କରିବା ପାଇଁ କାର୍ଯ୍ୟକ୍ରମର ଆରମ୍ଭ ହେବ । କୋଲ ଇଣ୍ଡିଆ ଲିମିଟେଡର ଖଣିକୁ ମଧ୍ୟ ଘରୋଇ ସେକ୍ଟରକୁ ଦିଆଯିବ  । ଯେମିତିକି ଅଧିକରୁ ଅଧିକ ଖନନ ହୋଇପାରିବ । ୫୦ ନୂଆ ବ୍ଲକ୍ ନିଲାମ ପାଇଁ ଉପଲବ୍ଧ ହେବ ।

Max Mining Operators Underground Coal Mine site Australia - iMINCO

ନିର୍ମଳା ସୀତାରମଣ କହିଛନ୍ତି ଯେ, ଏଥିପାଇଁ ଯୋଗ୍ୟତାର କୌଣସି ବଡ ସର୍ତ୍ତ ରହିବ ନାହିଁ । କୋଇଲା କ୍ଷେତ୍ରରେ କେମିତି ଆତ୍ମନିର୍ଭରତା ବଢିବ ଓ କେମିତି ଅତି କମ ଆମଦାନି କରିବାକୁ ପଡିବ ତାହା ଉପରେ ଆମକୁ କାମ କରିବାକୁ ପଡିବ ।

ବିଶ୍ୱରେ ସବୁଠୁ ଅଧିକ କୋଇଲା ଗଛିତ ଥିବା ତିନି ରାଷ୍ଟ୍ରଙ୍କ ମଧ୍ୟରୁ ଭାରତ ଗୋଟିଏ । କୋଇଲା ମାଇନିଂ ଭିତ୍ତିଭୂମି ବିକାଶ ପାଇଁ ସରକାର ୫୦ ହଜାର କୋଟି ଟଙ୍କା ଦେବେ ।

Leave a Reply