ରିଲ୍ ମାୟା,ମାଟିରେ ପୋତି ହେଲେ ଯୁବକ !

ନନ୍ଦିଘୋଷ ବ୍ୟୁରୋ: ଏବେ ସମାଜରେ ସମସ୍ତଙ୍କୁ ବାୟା କରୁଛି ରିଲ୍ସ ନିଶା । ଅଧିକ ଲାଇକ, କମେଣ୍ଟ ପାଇଁ ଜୀବନକୁ ବାଜିରେ ଲଗାଉଛନ୍ତି । ବିପଦ ସଙ୍କୁଳ ଅବସ୍ଥାରେ ରିଲ୍ସ କରୁଛନ୍ତି ଅନେକ । ଏବେ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ଯୁବକ ମାଟିରେ ପୋତି ହୋଇଯାଇଛନ୍ତି । ବିହାରରେ ଏବେ ଏମିତି ଏକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ତେବେ ଏହା କେଉଁ ଅଞ୍ଚଳର ତାହା ସ୍ପଷ୍ଠ ହୋଇନାହିଁ । କିନ୍ତୁ ଏହି ଭିଡିଓରେ ଦେଖିବାକୁ ମିଳୁଛି କି, ଯୁବକ ଜଣକ ସମ୍ପୂର୍ଣ୍ଣ ମାଟିରେ ପୋତି ହୋଇଯାଇଛନ୍ତି । ପାଖରେ ଜଣେ ଯୁବତୀ ଏବଂ ଜଣେ ଅର୍ଦ୍ଧବୟସ୍କା ମହିଳା ବସିଛନ୍ତି । ଭିଡିଓରେ କୌଣସି ଶବ୍ଦ ଆସୁନଥିବାବେଳେ ଏଥିରେ ଏକ ହିନ୍ଦୀ ଗୀତ ବାଜୁଛି । ତେବେ ମହିଳା ଜଣକ ଯୁବକଙ୍କୁ ଖୁଆାଉଥିବାବେଳେ ଯୁବତୀ ଜଣକ ପାଖରେ ବସି ମୁଣ୍ଡ ଆଉଁସୁଛନ୍ତି । ଆଉ ଭିଡିଓ ଶେଷରେ ସେମାନେ ଇଶାରା କରୁଛନ୍ତି କି, ଭିଡିଓକୁ ଲାଇକ କମେଣ୍ଟ କରିବା ପାଇଁ । ଯେଉଁଥିରୁ ଅନୁମାନ କରାଯାଉଛି କି, ଯୁବକ ଜଣକ ରିଲ୍ସ ପାଇଁ ଏଭଳି ପୋତି ହୋଇଛନ୍ତି । ଯାହାକୁ ନେଇ କିଛି ୟୁଜର୍ସ ଭଲ କମେଣ୍ଟ ଦେଉଥିବାବେଳେ ଆଉ କିଛି ଖରାପ କମେଣ୍ଟ ମଧ୍ୟ ଦେଉଛନ୍ତି । କେହି କେହି ସଚେତନ କରିବା ଭଳି ମେସେଜ ମଧ୍ୟ ଦେଉଛନ୍ତି ।