କରୋନାର ସବୁ ଷ୍ଟ୍ରେନ୍‌ ପାଇଁ ପ୍ରଭାବଶାଳୀ ଭ୍ୟାକ୍ସିନ୍: କମିଛି ବୃଦ୍ଧଙ୍କ ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଭାରତ ସମେତ ବିଶ୍ୱର ସମସ୍ତ ଦେଶରେ କରୋନା ଟିକାକରଣ କାର୍ଯ୍ୟକ୍ରମ ଚାଲିଛି । ଯାହାର ସକାରାତ୍ମକ ପରିଣାମ ମଧ୍ୟ ଦେଖିବାକୁ ମିଳିଛି । ତେବେ ବର୍ତ୍ତମାନ ଦେଶରେ କରୋନାର ଦ୍ୱିତୀୟ ପ୍ରବାହ ଭଳି ସ୍ଥିତି ରହିଛି । ଏହାରି ଭିତରେ ବ୍ରିଟେନରୁ ଏକ ଭଲ ଖବର ଆସିଛି । ଗତ ୧୦ ସପ୍ତାହ ପରିସଂଖ୍ୟାନରୁ ଜଣାପଡ଼ିଛି ଯେ, ୭୦ ବର୍ଷରୁ ଊର୍ଦ୍ଧ୍ୱ ସଂକ୍ରମିତଙ୍କ ମୃତ୍ୟୁରେ ୯୭ ପ୍ରତିଶତ ହ୍ରାସ ଘଟିଛି । ବର୍ତ୍ତମାନ ସମୟରେ ପାଖାପାଖି ୩୨ ଜଣ ବୟସ୍କଙ୍କ ମୃତ୍ୟୁ ଘଟୁଛି । ଯେତେବେଳେ କି ଜାନୁଆରୀ ମଧ୍ୟ ଭାଗରେ ବୃଦ୍ଧଙ୍କ ମୃତ୍ୟୁ ସଂଖ୍ୟା୧ ହଜାର ପ୍ରତିଦିନ ଯାଏଁ ପହଞ୍ଚିଥିଲା ।

ଅପରପକ୍ଷରେ ଟିକା ଅଭିଯାନ ଚାଲୁଥିବା ବେଳେ ପ୍ରତି ୧୦ ଜଣଙ୍କ ମଧ୍ୟରୁ ୯ ଜଣ ସେବାନିବୃତ୍ତ ଏବଂ ୫୪ ପ୍ରତିଶତ ମୋଟ ଜନସଂଖ୍ୟା ଠାରେ ଆଣ୍ଟିବଡି ସୃଷ୍ଟି ହୋଇସାରିଛି । ବ୍ରିଟେନରେ ଏବେ ମଧ୍ୟ ୪ ହଜାର ଯାଏଁ ସଂକ୍ରମିତଙ୍କ ସଂଖ୍ୟା ଆସୁଛି । କିନ୍ତୁ ମୃତ୍ୟୁ ସଂଖ୍ୟା ୫୦ରେ ସୀମିତ ରହିଛି । ବ୍ରିଟେନ୍‌ରେ ଟିକାକରଣ ଅଭିଯାନ ଆରମ୍ଭ ହେବା ପରଠାରୁ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ କ୍ଷେତ୍ରରେ ଦୁଇ ତୃତୀୟାଂଶ ଥିଲା । ଯାହା ଏବେ ଅଧାରୁ ବି କମ୍ ରହିଛି । ଅପରପକ୍ଷରେ ୫୦ ବର୍ଷରୁ କମ୍ ବୟସ୍କ ଲୋକଙ୍କ ଟିକାକରଣ ମଧ୍ୟ ଆରମ୍ଭ ହୋଇଯାଇଛି । ଏଭଳି ସମୟରେ ଏହି ବର୍ଗର ଲୋକଙ୍କ ମୃତ୍ୟୁ ସଂଖ୍ୟା ୨୮ ପ୍ରତିଶତ ରହିଛି ।

କରୋନାର ସବୁ ଷ୍ଟ୍ରେନ୍ ବିରୋଧର ଭ୍ୟାକ୍ସିନ୍ ପ୍ରଭାବୀ

ଅନ୍ୟ ଏକ ରିପୋର୍ଟ ମୁତାବକ ଆମେରିକା ଏବଂ ସିଙ୍ଗାପୁରର ଗବେଷକଙ୍କ ଦାବି କରିଛନ୍ତି ଭ୍ୟାକ୍ସିନ୍ ବ୍ରାଜିଲ ଏବଂ ଦକ୍ଷିଣଆଫ୍ରିକ ଭୂତାଣୁ ବିରୋଧରେ ମଧ୍ୟ ପ୍ରଭାବୀ । ଗବେଷଣାରେ ଜଣାପଡ଼ିଛି ଯେ, ଧଳା ରକ୍ତ କଣିକା ଅର୍ଥାତ ଟି ସେଲ୍ କରୋନାର ସବୁ ଷ୍ଟ୍ରେନକୁ ଚିହ୍ନଟ କରିପାରେ । ଓପନ ଫୋରମ୍ ଇନ୍‌ଫେକସନ୍ ଡିଜିଜରେ ଗବେଷଣା ରିପୋର୍ଟରେ ଏହା ପ୍ରକାଶିତ ।

Leave a Reply