ଆଖି ବୁଜିଲା ନାଲି ମହାବାଳ ଶାବକ

ଭୁବନେଶ୍ବର: ବାଘଙ୍କ ପାଇଁ ପ୍ରସିଦ୍ଧ ନନ୍ଦନକାନନରେ ଦୁଃଖଦ ଘଟଣା ।୧୦ ମାସର ନାଲି ମହାବଳ ଶାବକର ମୁତ୍ୟୁ । ଧଳା ବାଘୁଣୀ ବିଜୟାର ୧୦ ମାସର ଅଣ୍ଡିରା ଶାବକ ବଂଶୀର ମୃତ୍ୟୁ ଘଟିଛି ।

୧୦ ଦିନ ହେଲା ବାଘ ସଫାରୀରେ ମାଆ ସହିତ ତିନି ଶାବକଙ୍କୁ ଛଡାଯାଇଥିଲା । ଗତ ୩ ଦିନ ହେଲା ମାଆ ସହିତ ଦୁଇ ଶାବକ ଦେଖିବାକୁ ମିଳୁନଥିଲା । ଆଜି ଶାବକଟିର ମୃତ୍ୟୁ ହୋଇଥିବା କର୍ତ୍ତୃପକ୍ଷ ଜାଣିବାକୁ ପାଇଥିଲେ । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛନ୍ତି କର୍ତ୍ତୃପକ୍ଷ ।

ଏବେ ନନ୍ଦନକାନନରେ ବାଘ ସଂଖ୍ୟା ୨୮କୁ ଖସିଆସିଛି । ଗତବର୍ଷ ମାର୍ଚ୍ଚରେ ଧଳା ବାଘୁଣୀ ବିଜୟା ସହିତ ସେଫ୍ ମିଳନରୁ ତିନୋଟି ଛୁଆ ଜନ୍ମ ନେଇଥିଲେ ।

Leave a Reply