ଆନ୍ଧ୍ରରେ ଧରାପଡ଼ିଲେ ଚନ୍ଦନ ତସ୍କର, ପୁଷ୍ପା ଷ୍ଟାଇଲରେ ହେଉଥିଲା ଚାଲାଣ

ନନ୍ଦିଘୋଷ ବ୍ୟୁରୋ: ପୁଷ୍ପା ଷ୍ଟାଇଲରେ ଚୋରା ଚାଲାଣ ହେଉଥିଲା ବିରଳ ରକ୍ତ ଚନ୍ଦନ କାଠ । ଓଡ଼ିଶାରୁ ଖସି ପଳାଉଥିବା ବେଳେ ଆନ୍ଧ୍ରରେ ଧରାପଡ଼ିଲେ ଚନ୍ଦନ ତସ୍କର । ୪ କୁଇଣ୍ଟାଲର ରକ୍ତ ଚନ୍ଦନ କାଠ ସହ ତିନୋଟି କାର , ୧୪ଟି ମୋବାଇଲ ଏବଂ ଗୋଟିଏ ଟ୍ରକ ଜବତ ହୋଇଛି । ଏଥିରେ ସମ୍ପୃକ୍ତ ୧୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଶ୍ରୀକାକୁଲମ ପୋଲିସ ।

ଜବତ କାଠର ଆନୁମାନିକ ମୁଲ୍ୟ ଦୁଇ କୋଟିରୁ ଅଧିକ ଟଙ୍କା ହେବ । ଗିରଫ ଅଭିଯକ୍ତ ମାନଙ୍କ ମଧ୍ୟରୁ ୪ ଜଣ ଗଜପତି ଜିଲ୍ଲାର ହୋଇଥିବା ସୂଚନା। ଜବତ ରକ୍ତଚନ୍ଦନ କାଠ ଚେନ୍ନାଇ ଯାଇ ସେଠାରୁ ବିଦେଶକୁ ଚାଲାଣ ହୋଇଥାନ୍ତା । ବିଦେଶରେ ଯାହାର ଚାହିଦା ଯଥେଷ୍ଟ ଅଧିକ ରହିଛି । ମୁଖ୍ୟ ଅଭିଯୁକ୍ତ ଓଡ଼ିଶା ଗଜପତି ଜିଲ୍ଲାର ହୋଇଥିବା ବେଳେ ତା ସହିତ ଅନ୍ୟ ୪ ଅଭିଯୁକ୍ତ ଏବେ ବି ଫେରାର ଥିବା ଶ୍ରୀକାକୁଲମ ଏସପି ସୂଚନା ଦେଇଛନ୍ତି ।