ମାର୍ଚ୍ଚ ୧୪ରେ ଘଟିବ ଦୁର୍ଲ୍ଲଭ ଘଟଣା: ଆକାଶରେ ଦୃଶ୍ୟମାନ ହେବ ଲାଲ ରଙ୍ଗର ଚନ୍ଦ୍ର

1 min read

ନୂଆଦିଲ୍ଲୀ: ମାର୍ଚ୍ଚ ୧୪ରେ ଚନ୍ଦ୍ର ଲାଲ ରଙ୍ଗର ଦେଖାଯିବ । ୧୩ ତାରିଖ ରାତିରେ ଓ ୧୪ ତାରିଖ ସକାଳେ ଏହା ଦେଖିବାକୁ ମିଳିବ । ସେହିଦିନ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ମଧ୍ୟ ହେବ, ଯାହାକି ଜ୍ୟୋତିର୍ବିଜ୍ଞାନ ଇତିହାସରେ ଏକ ଦୁର୍ଲ୍ଲଭ ଘଟଣା ହେବାକୁ ଯାଉଛି । କାରଣ ଏଥର ଚନ୍ଦ୍ର ରକ୍ତ ଲାଲ ରଙ୍ଗରେ ଦୃଶ୍ୟମାନ ହେବ । ବୈଜ୍ଞାନିକମାନେ ଏହାକୁ ସୁପର ଲୁନର ଇଭେଣ୍ଟ କହିଥାନ୍ତି । କାରଣ ପୂର୍ଣ୍ଣଗ୍ରହଣ ହେବ ଓ ଚନ୍ଦ୍ରର ରଙ୍ଗ ରକ୍ତ ଲାଲ ରଙ୍ଗ ହେବ । ଯେତେବେଳେ ଧରିତ୍ରୀର ଛାଇ ଚନ୍ଦ୍ରକୁ ସମ୍ପୂର୍ଣ୍ଣ ଭାବେ ବା ଆଂଶିକ ଭାବେ ଢାଙ୍କି ଦେଇଥାଏ, ସେତେବେଳେ ଚନ୍ଦ୍ରଗଗ୍ରହଣ ହୋଇଥାଏ । ଚନ୍ଦ୍ର ଓ ସୂର୍ଯ୍ୟ ମଧ୍ୟରେ ପୃଥିବୀ ରହିଲେ ମଧ୍ୟ ଚନ୍ଦ୍ରଗ୍ରହଣ ହୋଇଥାଏ । ଚନ୍ଦ୍ର ନିଜର କକ୍ଷରେ ୫ ଡିଗ୍ରୀ ଝୁଲି ରହିଛି । ଏଥିପାଇଁ ଫଲ ମୁନ ଧରିତ୍ରୀର ଛାଇ ବା ଟିକେ ଉପରେ ବା ତଳେ ରହିଥାଏ । ମାତ୍ର ଚନ୍ଦ୍ରର ନିଜ କକ୍ଷରେ ଦୁଇଟି ସ୍ଥିତିରେ ଆସିଥାଏ । ଉପରକୁ ନୁହେଁ କି ତଳକୁ ନୁହେଁ, ଯେତେବେଳେ ଧରିତ୍ରୀ ଓ ସୂର୍ଯ୍ୟ ଏକ ହରିଜଣ୍ଟାଲ ପ୍ଲେନରେ ରହିଥାନ୍ତି ।  ଅର୍ଥାତ ଗୋଟିଏ ଲାଇନରେ ରହିଲେ ଏପରି ସ୍ଥିତିରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଲାଗିଥାଏ ।

ଯେତେବେଳେ ଚନ୍ଦ୍ର ଧରିତ୍ରୀର ଛାଇ ଦ୍ବାରା ସମ୍ପୂର୍ଣ୍ଣ ଭାବେ ଢାଙ୍କି ହୋଇଯିବ, ସେତେବେଳେ ସୂର୍ଯ୍ୟରଶ୍ମୀ ପଡ଼ିପାରେ ନାହିଁ । ତେଣୁ ତାହା ଅନ୍ଧାର ହୋଇଥାଏ । ମାତ୍ର ଚନ୍ଦ୍ର କେବେ ବି ପୂରାପୂରି କଳା ହୋଇନଥାଏ । ଏହା ଲାଲ ରଙ୍ଗ ଦୃଶ୍ୟମାନ ହୋଇଥାଏ । ସେଥିପାଇଁ ଅନେକ ସମୟରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣକୁ ଲାଲ ବା ରକ୍ତ ଚନ୍ଦନ ମଧ୍ୟ କୁହାଯାଏ । ସୌରରଶ୍ମୀରେ ସବୁ ପ୍ରକାରର ଭିଜିବଲ ରଙ୍ଗ ରହିଥାଏ । ଧରିତ୍ରୀର ବାୟୁମଣ୍ଡଳରେ ଥିବା ଗ୍ୟାସ ଏହାକୁ ନୀଳ ରଙ୍ଗ ଦେଖାଇଥାଏ । ଲାଲ ରଙ୍ଗର ଓ୍ବେଭଲେନ୍ଥ ଏହାକୁ ପାର କରିଯାଇଥାଏ । ଏହାକୁ ରେଲିଗ ସ୍କେଟରିଂ କୁହାଯାଏ । ଏଥିପାଇଁ ଆପଣଙ୍କୁ ଆକାଶ ନୀଳ ଓ ସୂର୍ଯ୍ୟୋଦୟ-ସୂର୍ଯ୍ୟାସ୍ତ ଲାଲ ରଙ୍ଗ ଦେଖାଯାଇଥାଏ । ଚନ୍ଦ୍ରଗ୍ରହଣ ସମୟରେ ଧରିତ୍ରୀର ବାୟୁମଣ୍ଡଳର ଲାଲ ର୍ଗର ଓ୍ବେଭଲେନ୍ଥ ପାସ କରିଥାଏ । ଏହା ବାୟୁମଣ୍ଡଳରର କାରଣରୁ ବୁଲିଯାଇ ଚନ୍ଦ୍ର ଆଡ଼କୁ ଯାଇଥାଏ । ଏହି ନୀଳ ରଙ୍ଗ ଫିଲ୍ଟର ହୋଇଥାଏ । ଏହି କାରଣରୁ ଚନ୍ଦ୍ରର ରଙ୍ଗ ଦେଖିବାକୁ ଲାଲ ହୋଇଥାଏ ।