କ୍ରିକେଟରେ ଗ୍ରାଉଣ୍ଡରେ ରେଡ୍ କାର୍ଡ, ବାହାରକୁ ଗଲେ ଖେଳାଳି

ନନ୍ଦିଘୋଷ ବ୍ୟୁରୋ: କ୍ରିକେଟରେ ରେଡ୍ କାର୍ଡ ଦେଖାଇଲେ ଅମ୍ପାୟାର । ସାଧାରଣତଃ ହକି ଏବଂ ଫୁଟବଲ ପଡ଼ିଆରେ ରେଫରି ରେଡ୍ କାର୍ଡ ଦେଖାଇଥାନ୍ତି । କିନ୍ତୁ କ୍ରିକେଟ ମଇଦାନରେ କେବେ ରେଡ୍ କାର୍ଡ ଲାଗୁ ହେଲାଣି, ଆପଣ ଜାଣିନଥିବେ । ବାସ୍ତବରେ କହିବାକୁ ଗଲେ ଏବେ କାରବିଆନ ଲିଗ ଚାଲିଛି । ଆଉ ଏହି ମ୍ୟାଚରେ ଅମ୍ପାୟାର ରେଡ କାର୍ଡ ଦେଖାଇଥିବାବେଳେ ସୁନିଲ ନରିନ ପଡ଼ିଆ ବାହାରକୁ ଯାଇଛନ୍ତି । ମାତ୍ର ୧୦ଜଣ ଖେଳାଳି ଫିଲ୍ଡି କରିଛନ୍ତି । ଚଳିତ ସିପିଏଲ ଲିଗରେ ଏଭଳି ନୂଆ ନିୟମ କରାଯାଇଛି । ନିର୍ଦ୍ଧାରିତ ୨୦ ଓଭର ୮୫ ମିନିଟ ମଧ୍ୟରେ ସାରିବାକୁ ପଡ଼ିବ । ଯଦି ବୋଲିଂ ଦଳ ବିଳମ୍ବ କରନ୍ତି ତାହେଲେ ଶେଷ ଓଭରରେ ୧୦ ଜଣ ଖେଳାଳି ଫିଲ୍ଡି କରିବେ । ଆାଉ ମାତ୍ର ୨ଜଣ ଖେଳାଳି ଥାର୍ଟି ୟାର୍ଡ ବାହାରେ ରହିବେ । ଏଣୁ ୧୯ତମ ଓଭର ୮୦ ମିନିଟ୍ ୪୫ ସେକେଣ୍ଡ ସୁଦ୍ଧା ସରିବା ଆବଶ୍ୟକ । ଯାହା ଟିକେଆର କରିପାରିନଥିବାବେଳେ ଅମ୍ପାୟାର ରେଡ୍ କାର୍ଡ ଦେଖାଇଥିଲେ । ଅଧିନାୟକ କିରଣ ପେଲାର୍ଡ ସୁନୀଲ ନରିନଙ୍କୁ ବାହାରକୁ ଯିବାକୁ କହିଥିଲେ । ଏହି ନିୟମ ଏବେ ସିପିଏଲରେ ଲାଗୁ ହୋଇଛି ।