ରାଜ୍ୟରେ ଆଜି ସୁସ୍ଥ ହେଲେ ୧୫୪୪, ସମୁଦାୟ ସୁସ୍ଥତା ସଂଖ୍ୟା ୩୦,୨୪୧
1 min readଆଜି ରାଜ୍ୟରେ ୧୫୪୪ ଜଣ କରୋନା ସଂକ୍ରମଣରୁ ସୁସ୍ଥ ହୋଇ ଫେରିଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏନେଇ ଟ୍ୱିଇଟ୍ କରି ସୂଚନା ଦେଇଛି । ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମରୁ ୫୬୦ଜଣ, ଗଞ୍ଜାମରୁ ୨୦୩, କୋରାପୁଟର ୧୪୩, ଗଜପତିର ୭୫, ନୟାଗଡ଼ର ୬୨, ସୁନ୍ଦରଗଡ଼ର ୫୯, କନ୍ଧମାଳର ୪୧, କଟକର ୩୭, କଳାହାଣ୍ଡି ଓ ରାୟଗଡ଼ାରୁ ୩୬ ଜଣ ଲେଖାଏଁ, ଯାଜପୁରର ୩୪, ବାଲେଶ୍ୱରରୁ ୩୩ ଓ ପୁରୀରୁ ୩୨ ଜଣ ସୁସ୍ଥ ହୋଇ ଫେରିଛନ୍ତି ।
Another 1544 #COVID19 patients have recovered and are being discharged on 8.8.2020
560 from Ganjam
203 from Khurdha
143 from Koraput
75 from Gajapati
62 from Nayagarh
59 from Sundergarh
41 from Kandhamal
37 from Cuttack
36 from Kalahandi
36 from Rayagada
34 from Jajpur— H & FW Dept Odisha (@HFWOdisha) August 8, 2020
ସେହିଭଳି ସମ୍ୱଲପୁରର ୩୧, ମାଲକାନଗିରିର ୨୪, କେନ୍ଦ୍ରାପଡ଼ାର ୨୧, କେନ୍ଦୁଝରର ୧୭, ବରଗଡ଼ ଓ ବଲାଙ୍ଗିରରୁ ୧୬ ଜଣ ଲେଖାଏଁ, ଢେଙ୍କାନାଳର ୧୩ ଓ ମୟୁରଭଞ୍ଜର ୧୨ ଜଣ କୋଭିଡରୁ ସୁସ୍ଥ ହୋଇଛନ୍ତି । ତେବେ ଭଦ୍ରକ, ଜଗତସିଂହପୁର ଓ ସୋନପୁରର ୮ଜଣ ଲେଖାଏଁ, ଅନୁଗୁଳ ଓ ନୂଆପଡ଼ାର ୬ ଜଣ ଓ ନବରଙ୍ଗପୁରରୁ ୪ଜଣ ବ୍ୟକ୍ତି ସୁସ୍ଥ ହୋଇଥିବା ଖବର ମିଳିଛି । ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିଲେ ମଧ୍ୟ ସୁସ୍ଥତା ହାର ସନ୍ତୋଷଜନକ ରହିଛି । ଏଯାବତ୍ ରାଜ୍ୟରେ ୩୦୨୪୧ଜଣ ବ୍ୟକ୍ତି ସୁସ୍ଥ ହୋଇ ସାରିଲେଣି ।