spot_img

Latest Posts

ଘରୋଇ କଳି ସମାଧାନ କରିବାରେ ଓଡ଼ିଶା ମହିଳା ଆୟୋଗଙ୍କ ରେକର୍ଡ

ଭୁବନେଶ୍ୱର: ମହିଳାଙ୍କ ଉନ୍ନତିରେ ପରିବାର ତଥା ସମାଜର ଉନ୍ନତି । ମହିଳା ଓ ଝିଅ ଶିକ୍ଷିତ ଦେଶ ହୁଏ ସଶକ୍ତ। ମହିଳା ଆର୍ଥିକ ସ୍ବାବଲମ୍ବୀ ହେଲେ ସୁଖୀ ରହେ ପରିବାର । ଦୂରେଇ ଯାଏଁ ଘରୋଇ ହିଂସା । ଏମିତି ଘରୋଇ ହିଂସାକୁ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରିବାରେ ଦେଶରେ ରେକର୍ଡ କରିଛନ୍ତି ଓଡ଼ିଶା ରାଜ୍ୟ ମହିଳା କମିଶନ। ୯୬.୧୪ ପ୍ରତିଶତ ଘରୋଇ ହିଂସା ମାମଲାର ସମାଧାନ କରିପାରିଛନ୍ତି ।

ମହିଳାଙ୍କୁ ଆତ୍ମନିର୍ଭର କରିବାରେ ମୁଖ୍ୟମନ୍ତ୍ରୀଙ୍କ ମିଶନଶକ୍ତି ଆଜି ମହିଳାଙ୍କୁ ଦେଇଛି ସ୍ବତନ୍ତ୍ର ପରିଚୟ। ଓଡ଼ିଶାର ମହିଳା ହୋଇଛନ୍ତି ଆତ୍ମନିର୍ଭର। ଅଦ୍ବେକା କାର୍ଯ୍ୟକ୍ରମ ଜରିଆରେ ଝିଅ ଓ ମହିଳା ନିଜର ଆଇନଗତ ଅଧିକାର ବିଷୟରେ ଜାଣିପାରୁଛନ୍ତି। ମହିଳାଙ୍କୁ ସଶକ୍ତ କରିବାକୁ ହେଲେ ଘରର ପୁଅ ଓ ପୁରୁଷ ବ୍ୟକ୍ତି ଶିକ୍ଷିତ ହେବା ଦରକାର। ତା ନହେଲେ ମହିଳାଟିର ଅଧିକାର ବିଷୟରେ ସେମାନେ ସମ୍ବେଦନଶୀଳ ହେବେନି। ଓଡ଼ିଶା ମହିଳା ଆୟୋଗ ଆପୋଷ ସମାଧାନ ଜରିଆରେ ଘରୋଇ ହିଂସା ଓ ଦାମ୍ପତ୍ୟ ବିବାଦ ସମାଧାନ କରିବାରେ ଉଦାହରଣ ସୃଷ୍ଟି କରିଛନ୍ତି।

ମହିଳାଙ୍କ ସମ୍ମାନ ଓ ଗରିମା ବଜାୟ ରଖିବା ସମସ୍ତଙ୍କ ଦାୟିତ୍ବ। ହିଂସାର ଶିକାର ହୋଇଥିବା ମହିଳାଟି କିପରି ନ୍ୟାୟ ପାଇବେ ସେ ନେଇ କମିଶନ, ପ୍ରଶାସନ, ପୋଲିସ ଓ ଗଣମାଧ୍ୟମର ଭୂମିକା ଅତୁଳନୀୟ। ପ୍ରଥମ କରି ରାଜ୍ୟ ମହିଳା କମିଶନ ମହିଳାଙ୍କ ଅଧିକାର ନେଇ ସଚେତନ କରିବା ଉଦ୍ଦେଶ୍ୟରେ ଓଡ଼ିଆରେ ମହିଳାଙ୍କ ଅବଗତି ନିମନ୍ତେ ଆଇନର ୩୬ଟି ବିଷୟରେ ଏକ ପୁସ୍ତିକା ପ୍ରସ୍ତୁତ କରିଛନ୍ତି। ଗତବର୍ଷ ଜାନୁଆରୀରୁ ଡିସେମ୍ବର ଭିତରେ ଘରୋଇ କଳି ଯୋଗୁ ଅଲଗା ରହୁଥିବା ୨୧୨ ସ୍ବାମୀ-ସ୍ତ୍ରୀ କଳିକୁ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରାଯାଇପାରିଛି। ଏହା କମିଶନଙ୍କ ପାଇଁ ବଡ଼ ସଫଳତା। ମହିଳାଙ୍କ ଅଧିକାର ବିଷୟରେ ସଚେତନ କରିବା ପାଇଁ ସ୍କୁଲ ଓ କଲେଜ ସ୍ତରରେ କମିଶନଙ୍କ ପକ୍ଷରୁ ସଚେତନତା ଶିବିର ଆୟୋଜନ କରାଯାଉଛି। ଓଡ଼ିଶାରେ ସବୁ ବର୍ଗର ମହିଳା ନିଜର ଅଧିକାର ଓ ସ୍ବାଭିମାନ ବିଷୟରେ ଜାଣିବାକୁ ସକ୍ଷମ ହୋଇଛନ୍ତି ।

Latest Posts

Don't Miss