ହିନ୍ଦୀ ଫିଲ୍ମର ଡାଇଲଗ କହି ବାପାଙ୍କ ଗୁପ୍ତାଙ୍ଗ କାଟିଲା ପୁଅ…

ନୂଆଦିଲ୍ଲୀ: ମହାରାଷ୍ଟ୍ରର ନାଗପୁରରେ ଏକ ଆଶ୍ୟର୍ଯ୍ୟଜନତ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ଜିମ୍ ଟ୍ରେନର ହିନ୍ଦି ଫିଲ୍ମର ଡାଇଲଗ୍ କହି ବିନା କୌଣସି କାରଣରେ ନିଜ ପିତାଙ୍କ ହତ୍ୟା କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ୨୫ ବର୍ଷିୟ ଯୁବକ କ୍ରୋଧରେ ନିଜ ବାପାଙ୍କ ବେକକୁ ଦାନ୍ତରେ କାମୁଡ଼ିବା ପରେ ତାଙ୍କ ଗୁପ୍ତାଙ୍ଗ କାଟି ହତ୍ୟା କରିଛି ।

ରବିବାର ପୋଲିସ ଦେଇଥିବା ସୂଚନା ଅନୁଯାୟୀ, ଏହି ଘଟଣାଟି ଶନିବାର ରାତି ହୁଡକେଶ୍ୱର ଅଞ୍ଚଳରେ ଘଟିଛି । ଅଭିଯୁକ୍ତ ଜଣଙ୍କ ସେହି ଅଞ୍ଚଳର ବିକ୍ରାନ୍ତ ବିଲ୍ଲେବର ବୋଲି ଜଣାପଡ଼ିଛି । ପୋଲିସର ସୂଚନା ମୁତାବକ ଅଭିଯୁକ୍ତ ଏତେ ହିଂସକ ବ୍ୟବହାର କରୁଥିଲା ଯେ ତାକୁ ନିୟନ୍ତ୍ରଣ କରିବା କଷ୍ଟକର ପାଠ ହୋଇପଡ଼ିଥିଲା । ବିନା କୌଣସି କାରଣରେ ହଠାତ୍ ବିକ୍ରାନ୍ତ କ୍ରୋଧରେ ଉଠି ବାପାଙ୍କ ବେକକୁ ଦାନ୍ତରେ କାମୁଡିଥିଲା । ସେ ଏତେ ଜୋରରେ କାମୁଡ଼ିଥିଲା ଯେ ବେକରୁ ରକ୍ତ ବାହାରିବାକୁ ଲାଗିଥିଲା । ତା’ପରେ ୫୫ ବର୍ଷିୟ ବାପାଙ୍କୁ ବାରଣ୍ଡାକୁ ଟାଣି ଆଣି ତାଙ୍କ ଗୁପ୍ତାଙ୍ଗକୁ କାଟି ଦେଇଥିଲା । ଯାହାଫଳରେ ବାପାଙ୍କର ମୃତ୍ୟୁ ହୋଇଥିଲା ।

 

ହୁଡକେଶ୍ୱର ଥାନା ଇନ୍ସପେକ୍ଟର ରାଜକମଲ ବାଘମାରେଙ୍କ ସୂଚନା ଆନୁୟାୟୀ, ବୃତ୍ତିରେ ଜଣେ ଜିମ ଟ୍ରେନର ଭାବେ କାମ କରୁଥିବା ବିକ୍ରାନ୍ତ ଘଟଣା ସମୟରେ ହିନ୍ଦି ଫିଲ୍ମର ଡାଇଲଗ କହୁଥିଲା ଏବଂ ଅଜବ ଆଚରଣ କରୁଥିଲା । ମାଆ ଏବଂ ଭଉଣା ତାକୁ ଅଟକାଇଲାବେଲେ ସେ ତାଙ୍କୁ ମଧ୍ୟ ଧମକ ଦେଇଥିଲା ।  ଅଭିଯୁକ୍ତଙ୍କୁ ଧରି ଗିରଉ କରିବା ପାଇଁ ୫ ଜଣ ପୋଲିସ କର୍ମଚାରୀଙ୍କୁ କସରତ କରିବାକୁ ପଡ଼ିଥିଲା । ବର୍ତ୍ତମାନ ବିକ୍ରମଙ୍କ ନାଆରେ ହତ୍ୟା ମାମଲା ରୁଜୁ କରାଯାଇଛି ।

Leave a Reply