୧୮ରୁ ଖୋଲିବ ଲୋକସେବା ଭବନ, ସାମ୍ବାଦିକ ଓ ସାଧାରଣ ଲୋକଙ୍କୁ ପ୍ରବେଶ ଅନୁମତି

ଭୁବନେଶ୍ୱର: ଜନସାଧାରଣ, ସାମ୍ବାଦିକଙ୍କ ପାଇଁ ଖୋଲିବ ଲୋକସେବା ଭବନ । ଏପ୍ରିଲ ୧୮ରୁ ସ୍ୱୀକୃତିପ୍ରାପ୍ତ ସାମ୍ବାଦିକ ଯାଇପାରିବେ ଲୋକସେବା ଭବନ । କୋଭିଡ ସ୍ଥିତିରେ ସୁଧାର ଆସିବା ପରେ ଗୃହ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଲୋକସେବା, ଖାରବେଳ ଓ ରାଜୀବ ଭବନ ରିସେପସନ କାଉଣ୍ଟର କାର୍ଯ୍ୟକ୍ଷମ ହେବ ।

ସାଧାରଣଲୋକେ ନିଜର କାମ ପାଇଁ ଲୋକସେବା ଭବନ ଯାଇପାରିବେ । ସେଥିପାଇଁ ପାସ୍ ପାଇଁ ଅନଲାଇନରେ ଆବେଦନ କରିପାରିବେ ଜନସାଧାରଣ । ଦୀର୍ଘ ଦିନ ଧରି ସାଧରଣ ଲୋକ ଓ ସାମ୍ବାଦିକଙ୍କ ପାଇଁ ବନ୍ଦ ରହିଥିଲା ଲୋକସେବା ଭବନ  । ବିଶେଷକରି କୋଭିଡ ସମୟରେ କଟକଣାକୁ କଡାକଡ଼ି କରିଥିଲେ ରାଜ୍ୟ ସରକାର  । ତେଣୁ ବର୍ତ୍ତମାନ ପରିସ୍ଥିତିରେ କୋଭିଡ ସ୍ଥିତିରେ ସୁଧାର ଆସିବା ପରେ ଗୃହ ବିଭାଗ ପକ୍ଷରୁ ନିଆଯାଇଛି ଏହି ନିଷ୍ପତ୍ତି  ।